ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା

ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା

ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୩ : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ୭ ଦିନ ପର୍ଯ୍ୟନ୍ତ ଚାଲିବ । ଗଣନା ପାଇଁ ୨ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ଜଣ ଲେଖାଏଁ ସଦସ୍ୟ ଅଛନ୍ତି ।

ବର୍ଷା ଋତୁ ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଗେଣ୍ଡାଳିଆ, ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, କାପରଖାଇ ଆଦି ପକ୍ଷୀ ଭିତରକନିକାମୁହାଁ ହୋଇଛନ୍ତି । ସେମାନେ ଭିତରକନିକାର ବଗ ଗହଣ, ମଠଆଡ଼ିଆ, ଲକ୍ଷ୍‌ମୀପ୍ରସାଡ଼ିଆ, ଦୁର୍ଗାପ୍ରସାଦଡ଼ିଆର ଗଛମାନଙ୍କରେ ବସା ବାନ୍ଧିଛନ୍ତି । ନଦୀ ମୁହାଣର ବ୍ରାହ୍ମଣୀ ନଦୀ ପଠା ଓ ଦ୍ୱୀପରେ ଅବସ୍ଥିତ ଏକର ବିଶିଷ୍ଟ ଏହି ଜଙ୍ଗଲ ମଧ୍ୟରେ ବନି, ଗୁଆ, କେରୁଆରେ ବସା ବାନ୍ଧି ପକ୍ଷାମାନେ ବଂଶ ବିସ୍ତାର କରିଥାନ୍ତି ।

ଏନେଇ କନିକା ରେଞ୍ଜ ଅଫିସର ମାନଓ ଦାସ କହିଛନ୍ତି ଆଜିଠୁ ପକ୍ଷୀଗଣନା ଆରମ୍ଭ ହୋଇଛି । ୨ଟି ଟିମ୍ ଗଠନ ହୋଇଛି । ଗୋଟିଏ ଟିମ୍ ମଠଆଡ଼ିଆ ଓ ଅନ୍ୟ ଟିମ୍ ଲକ୍ଷ୍‌ମୀପ୍ରସାଦ, ଦୁର୍ଗାପ୍ରସାଡ଼ିଆରେ ପକ୍ଷୀ ଗଣନା କରିବେ । ୭ ଦିନ ଧରି ଏହି ଗଣନା କାର୍ଯ୍ୟକ୍ରମ ଚାଲିବ ।

Leave a Reply

%d bloggers like this: