ଆତଙ୍କବାଦୀ ଆକ୍ରମଣ ଉପରେ ନଜର ରଖିଛି ଆମେରିକା : ବାଇଡେନ

ଆତଙ୍କବାଦୀ ଆକ୍ରମଣ ଉପରେ ନଜର ରଖିଛି ଆମେରିକା : ବାଇଡେନ

ଆତଙ୍କବାଦୀ ଆକ୍ରମଣ ଉପରେ ନଜର ରଖିଛି ଆମେରିକା : ବାଇଡେନ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୩ : ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି । ବାଇଡେନ କହିଛନ୍ତି, ଉଦ୍ଧାର ପ୍ରକ୍ରିୟା ଜୋରଦାର ଚାଲିଛି । ଆତଙ୍କବାଦୀ ଏହି ସମୟ ଫାଇଦା ନେଇ ପାରନ୍ତି । ଆଫଗାନ୍‌ବାସୀ କିମ୍ବା ଆମେରିକା ସେନାକୁ ଟାର୍ଗେଟ କରିବାକୁ ଟେଷ୍ଟା କରିପାରନ୍ତି ଆତଙ୍କବାଦୀ । ଆମେରିକା କିନ୍ତୁ ଏ ଦିଗରେ ସତର୍କ ରହିଛି । ଅଗଷ୍ଟ ୩୧ ପରେ ଆଉ ସମୟସୀମା ବଢ଼ାଇବା ଆବଶ୍ୟକ ପଡ଼ିବନି । ଏ ନେଇ ସେନା ସହିତ ସେ ନିରନ୍ତର ଯୋଗାଯୋଗରେ ରହିଥିବା କହିଛନ୍ତି ।

ଏହା ପୂର୍ବରୁ ଆମେରିକା କହିଥିଲେ ଯେ ସେଠାରେ ପ୍ରାୟ ୧୫ ହଜାର ଆମେରିକା ନାଗରିକ ଏବଂ ପ୍ରାୟ ୫୦ ହଜାର ଆଫଗାନିସ୍ତାନ ସହଯୋଗୀ ଅଛନ୍ତି ଯେଉଁମାନେ କାବୁଲରୁ ସ୍ଥାନାନ୍ତର ହେବା ଆବଶ୍ୟକ । ଅଗଷ୍ଟ ୧୪ରୁ ଏଯାବତ୍ ଆମେରିକା ପ୍ରାୟ ୩୦ ହଜାର ୩ ଶହ ଲୋକଙ୍କୁ ଆମେରିକା ଉଦ୍ଧାର କରିଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୩୫, ୫୦୦ ଲୋକଙ୍କୁ ଆମେରିକା ଉଦ୍ଧାର କରିଥିଲା ବୋଲି ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ଆମେରିକା ଏବେ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରିବାକୁ ଯାଇ ଘରୋଇ ବିମାନକୁ ଉଡ଼ାରେ ଆଣି କାବୁଲ ବିମାନ ବନ୍ଦରରେ ଲଗାଇଛି ।

Leave a Reply

%d bloggers like this: