ତାଲିବାନୀଙ୍କୁ କଡ଼ା ଜବାବ ଦେଲେ ଅହମ୍ମଦ ମାସୁଦ, ୩୦୦ ନିପାତ!

ତାଲିବାନୀଙ୍କୁ କଡ଼ା ଜବାବ ଦେଲେ ଅହମ୍ମଦ ମାସୁଦ, ୩୦୦ ନିପାତ!

ତାଲିବାନୀଙ୍କୁ କଡ଼ା ଜବାବ ଦେଲେ ଅହମ୍ମଦ ମାସୁଦ, ୩୦୦ ନିପାତ!

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୩ : ଆଫଗାନିସ୍ତାନ ପଞ୍ଜଶିରା ମୁହାଁ ହୋଇଥିବା ତାଲିବାନୀଙ୍କୁ କଡ଼ା ଜବାବ ଦେଲେ ଆହମ୍ମଦ ମାସୁଦ । ପଞ୍ଜଶିରାକୁ ଅକ୍ତିଆର କରିବ ବୋଲି ହୁଙ୍କାର ଦେଇଥିବା ତାଲିବାନୀଙ୍କ ୩୦୦ରୁ ଅଧିକ ସଦସ୍ୟଙ୍କୁ ଅହମ୍ମଦ ଶାହଙ୍କ ନେତୃତ୍ୱାଧୀନ ଟିମ୍ ନିପାତ କରିଥିବା ସୂଚନା ରହିଛି । ବାଘଲାନ ପ୍ରାନ୍ତରେ ଥିବା ଅନ୍ଦାରାବରେ ତାଲିବାନୀ ଯାଉଥିବାବେଳେ ବୋମା ବର୍ଷଣ କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ମାସୁଦଙ୍କ ଲୋକେ । ବାଘଲାନ ଅଞ୍ଚଳକୁ ଅହମ୍ମଦ ମାସୁଦ ଏବଂ ଅମରୁଲ୍ଲା ସାଲେହ ନିଜ ଅଧୀନରେ ରଖିଛନ୍ତି । ବିବିସିର ରିପୋର୍ଟର ୟାଲଦା ହାକିମ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ତାଲିବାନୀଙ୍କ ଦାବି ରହିଛି ଯେ ଯଦି ବିଦ୍ରୋହୀ ଶାନ୍ତିପୂର୍ନ ଭାବରେ ଅହମ୍ମଦ ମାସୁଦଙ୍କୁ ଦେଇଦେବେ, ତାହେଲେ ସେମାନେ କୈାଣସି ପ୍ରକାର କ୍ଷତି ପହଁଞ୍ଚାଇବେ ନାହିଁ । ଅନ୍ୟପଟେ ଅହମ୍ମଦ ମାସୁଦ ଆତ୍ମସମର୍ପଣ କରିବେ ନାହିଁ ବୋଲି କହି ସାରିଛନ୍ତି ।

ସୂଚନାଯୋଗ୍ୟ, ତାଲିବାନମାନେ ପଞ୍ଜଶିରା ଘାଟି ମୁହାଁ ହୋଇଥିବା ଦେଖି ପଞ୍ଜଶିରା ବିଦ୍ରୋହ କବଜାରେ ଥିବା ଦେହ-ଏ-ସଲାହ ଜିଲ୍ଲାରେ ଯୁଦ୍ଧ ବିମାନକୁ ପ୍ରସ୍ତୁତ କରାଯାଉଥିବା ସୂଚନା ରହିଛି । ଆଫଗାନିସ୍ତାନରେ ଥିବା ୩୩ଟି ପ୍ରାନ୍ତକୁ ତାଲିବାନୀ କବଜା କରିଛନ୍ତି, ହେଲେ ପଞ୍ଜଶିରା ପ୍ରାନ୍ତକୁ ତାଲିବାନୀ ଅକ୍ତିଆର କରି ପାରିନାହାନ୍ତି ।

Leave a Reply

%d bloggers like this: