କାବୁଲରୁ ଫେରିଲେ ଆଉ ୪୦୦ ଭାରତୀୟ

କାବୁଲରୁ ଫେରିଲେ ଆଉ ୪୦୦ ଭାରତୀୟ

କାବୁଲରୁ ଫେରିଲେ ଆଉ ୪୦୦ ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୩ : ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନୀଙ୍କ ଆତଙ୍କରାଜ ଭିତରେ ଏବେ ଯୁଦ୍ଧ ସ୍ତରରେ ନିଜ ନାଗରିକଙ୍କୁ ଖାଲି ପ୍ରକ୍ରିୟା ଜିରି ରଖିଛି । କାବୁଲ ବିମାନବନ୍ଦରରେ ଦିନକୁ ଦିନ ସ୍ଥିତି ଅତ୍ୟନ୍ତ ଜଟିଳ ହେଉଥିବା ବେଳେ ଭାରତ ଏହାର ୩୨୯ ନାଗରିକଙ୍କ ସମେତ ମୋଟ୍ ୪୦୦ଜଣଙ୍କୁ ଆଜି କାବୁଲ ବିମାନବନ୍ଦରରୁ ଖାଲି କରିଛି । ସରକାର ଆଫଗାନିସ୍ତାନରୁ ସମସ୍ତ ନାଗରିକଙ୍କୁ ଖାଲି କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ।

ଆଜି ସକାଳେ ପ୍ରଥମେ ୮୭ ଭାରତୀୟ ଏବଂ ୨ ନେପାଳୀ ନାଗରିକଙ୍କୁ ଧରି ଏକ ବିମାନ ଆସି ଦିଲ୍ଲୀ ପହଁଞ୍ଚିଥିଲା । ଏହାପରେ ଅନ୍ୟ ଏକ ବିମାନରେ ୧୦୭ ଭାରତୀୟଙ୍କ ସମେତ ମୋଟ୍ ୧୬୮ ଜଣ ଆସି ଦିଲ୍ଲୀ ପହଁଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଆଫଗାନ୍ ସିନେଟର୍‌ଙ୍କ ସମେତ ୨୪ ଜଣ ଶିଖ୍ ଅଛନ୍ତି । ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର ବିମାନରେ ୧୩୫ ଜଣ ଦୋହାରୁ ଆସି ଦିଲ୍ଲୀରେ ପହଁଞ୍ଚିଛନ୍ତି ।

ଆଜି ଭାରତୀୟମାନେ ଆଫଗାନିସ୍ତାନରୁ ଆସି ଦିଲ୍ଲୀ ପହଁଞ୍ଚିବା ପରେ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ଭାରତ ଏହାର ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଖାଲି କରି ସାରିଛି । ଭାରତରେ ପ୍ରାୟ ୧ହଜାର ନାଗରିକ ଏବେ ବି ବିଭିନ୍ନ ଆଫଗାନ୍ ସହରରେ ଫସି ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ଆଣିବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି । ବିମାନବନ୍ଦର ଅଞ୍ଚଳରେ ଭାରତୀୟମାନେ ପହଁଞ୍ଚିବା ରାସ୍ତାରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି ।

Leave a Reply

%d bloggers like this: