ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ଏବିଇଓ

ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ଏବିଇଓ

ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ଏବିଇଓ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୩ : ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସ ।

ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧିନତା ଦିବସରେ ଅନୁପସ୍ଥିତି ଥିବା ଯୋଗୁଁ ମୁରିବାହାଲର ତତ୍‌କାଳୀନ ବିଇଓ ତାଙ୍କୁ ନିଲମ୍ବନ କରିଥିଲେ । ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ତଦନ୍ତ ଅଧିକାରୀ ଥିଲେ ଏବିଇଓ ଦେବରାଜ ଦାସ । ଘଟଣାର ତଦନ୍ତ ସରିଥିଲେ ବିଇଓଙ୍କୁ ଏବିଇଓ ରିପୋର୍ଟ ପ୍ରଦାନ କରିନଥିଲେ । ବିଇଓଙ୍କ ନିକଟରେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଶିକ୍ଷକ ବଇଦ୍ରୁତ ସାହୁ ଏବିଇଓଙ୍କୁ ଅନୁରୋଧ କରିଥିଲେ । ଏହାପରେ ଏବିଇଓ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ୫ ହଜାର ଟଙ୍କାରେ ଡିଲ୍ ହୋଇଥିଲା ।

ଶିକ୍ଷକ ଶ୍ରୀ ସାହୁ ଏନେଇ ବଲାଙ୍ଗିର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଭିଜିଲାନ୍ସ ବିଭାଗ ତରଫରୁ ଶିକ୍ଷକଙ୍କୁ କେମିକାଲ ଲଗା ଟଙ୍କା ଦିଆଯାଇଥିଲା । ନିଜ ଅଫିସରେ ଶିକ୍ଷକଙ୍କଠାରୁ ଏବିଇଓ ସେହି ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ । ଅନ୍ୟପକ୍ଷରେ ଏବିଇଓ ଦେବରାଜ ଦାସ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ୱୀକୀର କରିଛନ୍ତି ।

Leave a Reply

%d bloggers like this: