ତାଲିବାନ ପ୍ରତିଶ୍ରୁତି ଉପରେ ମହିଳାଙ୍କ ବିଶ୍ୱାସ ନାହିଁ

ତାଲିବାନ ପ୍ରତିଶ୍ରୁତି ଉପରେ ମହିଳାଙ୍କ ବିଶ୍ୱାସ ନାହିଁ

ତାଲିବାନ ପ୍ରତିଶ୍ରୁତି ଉପରେ ମହିଳାଙ୍କ ବିଶ୍ୱାସ ନାହିଁ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୨ : ଆପଗାନିସ୍ତାନ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ସମଗ୍ର ଦେଶ ମହିଳାମାନଙ୍କ ପାଇଁ ସମ୍ପୂର୍ନ ଅସୁରକ୍ଷିତ ଓ ବିପଦଜ୍ଜନକ ହୋଇପଡ଼ିଛି ବୋଲି ସାମାଜିକ କର୍ମୀମାନେ ବିଶ୍ୱାସ କରୁଛନ୍ତି । କେବଳ ଗତ କିଛି ସପ୍ତାହ ଭିତରେ ଅନେକ ହିଂସା ଓ ହତ୍ୟା ଘଟଣାର ରିପୋର୍ଟ ମିଳିଛି । ଇତିମଧ୍ୟରେ ହଜାର ହଜାର ଲୋକ ଦେଶ ଛାଡ଼ି ପଳାୟନ କରିଛନ୍ତି । ଜାତିସଂଘ ଶରଣାର୍ଥୀ ସଂସ୍ଥା କହିଛି ଯେ, ପଳାୟନ କରିଥିବା ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ମହିଳା ଓ ଶିଶୁ ।

ତେବେ ଆଫଗାନିସ୍ତାନରୁ ନାନା ବିପଜ୍ଜନକ ପରିସ୍ଥିତିରେ ପଳାଇଆସିଥିବା ମହିଳାଙ୍କ ମୁହଁରୁ ଶୁଣିଲେ ଜଣାପଡ଼ୁଛି ମହିଳାଙ୍କ ସ୍ଥିତି କିପରି ରହିଛି । ନିଜ ନାଁ ନକହି ଜଣେ ଆଫଗାନ ମହିଲା ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି, ଆମେ କେବେ ଭାବିନଥିଲୁ ଆମର ସବୁ ମୈାଳିକ ଅଧିକାର ଛଡ଼େଇ ନିଆଯିବ ଏବଂ ଆମେ ୨୦ ବର୍ଷ ତଳକୁ ଚାଲିଯିବୁ । ୨୦ ବର୍ଷ ଧରି ଆମର ଅଧିକାର ଓ ସ୍ୱାଧିନତା ପାଇଁ ଲଢ଼େଇ କରିବା ପରେ ଆମକୁ ବୁର୍ଖା ଖୋଜିବାକୁ ଓ ମୁହଁ ଲୁଚାଇବାକୁ ପଡ଼ିବ । ଅନେକ ମହିଳା କହିଛନ୍ତି ଯେ, ତାଲିବାନମାନେ ଶାରିଆ ଆଇନକୁ କଡ଼ାକଡ଼ି କରିବେ ଏହଂ ଝିଅମାନଙ୍କୁ ସ୍କୁଲକୁ ବା କର୍ମକ୍ଷେତ୍ରକୁ ଯିବାକୁ ଦେବେ ନାହିଁ ।

Leave a Reply

%d bloggers like this: