୩୫ ଦିନ ପରେ କମିଲା ପେଟ୍ରୋଲ ଦର

୩୫ ଦିନ ପରେ କମିଲା ପେଟ୍ରୋଲ ଦର

୩୫ ଦିନ ପରେ କମିଲା ପେଟ୍ରୋଲ ଦର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୨ : ପେଟ୍ରୋଲ ଡିଜେଲ ଦର କମିଲା । ଦୀର୍ଘ ୩୫ ଦିନ ପରେ ସ୍ଥିର ରହିଥିବା ପେଟ୍ରୋଲ ଦର ଆଜି ସାମାନ୍ୟ ହ୍ରାସ ପାଇଛି । ରବିବାର ପେଟ୍ରୋଲ ଦର ଲିଟର ପିଛା ୧୫ରୁ ୨୦ ପଇସା କମିଥିବା ବେଳେ ଡିଜେଲ୍ ଦର ୧୮ରୁ ୨୦ ପଇସା ହ୍ରାସ ପାଇଛି । ମାସିକ ପରେ ପେଟ୍ରୋଲ ଦର ସାନମାନ୍ୟ କମିଥିବାରୁ ଲୋକଙ୍କୁ ଏହା କିଛି ମାତ୍ରାରେ ଆଶ୍ୱସ୍ତି ଦେବ ।

ନୂଆ ଦର ଲାଗୁ ହେବା ପରେ ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୪ ଟଙ୍କା ହୋଇଥିବା ବେଳେ ଡିଜେଲ୍ ଦର ଲିଟର ପିଛା ୮୯.୦୭ ଟଙ୍କା ହୋଇଛି । ସେହିପରି ଭାରତର ଆର୍ଥିକ ପେଣ୍ଠସ୍ଥଳୀ କୁହାଯାଉଥିବା ମୁମ୍ବାଇରେ ଏବେ ପେଟ୍ରୋଲ ଲିଟର ପିଛା ୧୦୭.୬୬ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୬୪ ଟଙ୍କା ହୋଇଛି ।

Leave a Reply

%d bloggers like this: