କାବୁଲ ଏୟାରପୋର୍ଟ ନିକଟରେ ଦଳାଚକଟା, ୭ ମୃତ

କାବୁଲ ଏୟାରପୋର୍ଟ ନିକଟରେ ଦଳାଚକଟା, ୭ ମୃତ

କାବୁଲ ଏୟାରପୋର୍ଟ ନିକଟରେ ଦଳାଚକଟା, ୭ ମୃତ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୨ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବହୁ ସଂଖ୍ୟାର ଲୋକେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି । ଯେଉଁ କାରଣରୁ ବିପୁଳ ସଂଖ୍ୟାର ଲୋକ କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଞ୍ଚୁଛନ୍ତି । ଏହାରି ଭିତରେ ରବିବାର କାବୁଲ ଏୟାରପୋର୍ଟ ନିକଟରେ ଘଟିଛି ବଡ଼ ଅଘଟଣ । ପ୍ରବଳ ଭିଡ଼ ଭିତରେ ଦଳାଚକଟା ହୋଇଛି, ଯେଉଁଥିରେ ୭ ଆଫଗାନିସ୍ତାନ ନାଗରିକଙ୍କର ମୃତ୍ୟୁ ହୋଇଛି । ବ୍ରିଟିଶ ସେନା ପକ୍ଷରୁ ଏହାର ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, କାବୁଲରେ ତାଲିବାନର କବଜା କରିବାର ଠିକ୍ ସପ୍ତାହକ ପରେ ରବିବାର ଆଫଗାନିସ୍ତାନର ରାଜଧାନୀ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ବିଶେଷ କରି ମନ୍ତ୍ରାଳୟ, ପାସପୋର୍ଟ ବିଭାଗ ଓ ବ୍ୟାଙ୍କ ଭଳି ସରକାରୀ ଓ ପ୍ରାଇଭେଟ୍ କାର୍ଯ୍ୟାଳୟ ବନ୍ଦ ହେବା ଦ୍ୱାରା ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆମେରିକା ଓ ତା’ର ସହଯୋଗୀ ସପ୍ତାହେ ଘରି ବିପୁଳ ସଂଖ୍ୟାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସଂଘର୍ଷ ଚଲାଇଛନ୍ତି ।

Leave a Reply

%d bloggers like this: