ଭାରତରେ ଆକ୍ରମଣ ପାଇଁ ହିଜ୍‌ବୁଲର ଧମକ

ଭାରତରେ ଆକ୍ରମଣ ପାଇଁ ହିଜ୍‌ବୁଲର ଧମକ

ଭାରତରେ ଆକ୍ରମଣ ପାଇଁ ହିଜ୍‌ବୁଲର ଧମକ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୨ : ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତ ବିରୋଧରେ ସକ୍ରିୟ ହୋଇ ଉଠିଛନ୍ତି । ହିଜବୁଲ ମୁଜାହିଦ୍ଦିନ୍ ମୁଖ୍ୟ ସୟଦ ସଲାଉଦ୍ଦିନ୍ ଆଜି ଏକ ଅଡିଓ ବାର୍ତ୍ତା ଜାରି କରି ଭାରତକୁ ଧମକାଇଛି । ଭାରତରେ ଆକ୍ରମଣ ପାଇଁ ସେ ତାଲିବାନର ସହେଯାଗ ଚାହିଁଛି ।

ଜମ୍ମୁକାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବା ପାଇଁ ସେ ତାଲିବାନ ଆତଙ୍କବାଦୀଙ୍କଠାରୁ ସହଯୋଗ ପାଇଁ ଅନୁରୋଧ କରିଛି ଏବଂ ଭାରତ ବିରୋଧରେ ଜିହାଦ ଜାରି ରଖିବାକୁ ଆହ୍ୱାନ ଦେଇଛି । ଅନ୍‌ଲାଇନ୍‌ରେ ନିଜ ବିବୃତ୍ତି ଜାରି କରି ସଲାଉଦ୍ଦିନ୍ କହିଛି, ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରୁଛି ଆଲ୍ଲା ଇସଲାମିକ ଏମିରେଟ୍‌ସ ଅଫ୍ ଆଫଗାନିସ୍ତାନକୁ ଏତେ ଶକ୍ତିଶାଳୀ କରିଦେବେ ଯେ ସେମାନେ କାଶ୍ମୀର ବାସିନ୍ଦାଙ୍କୁୃ ଭାରତ ବିରୋଧରେ ସମର୍ଥନ କରିବେ । ଉଲ୍ଲେଖଯୋଗ୍ୟ, ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନର ବର୍ବରତା ଆରମ୍ଭ କରିଦେଇଛନ୍ତି । ଶାନ୍ତିପୂର୍ନ ଆଫଗାନିସ୍ତାନର ବର୍ବରତା ଆରମ୍ଭ କରିଦେଇଛନ୍ତି । ଶାନ୍ତିପୂର୍ନ ଆଫଗାନିସ୍ତାନର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ସେମାନେ ପୂର୍ବ ସରକାରର ଅଧିକାରୀ ଓ ସେନା କର୍ମଚାରୀଙ୍କୁ ହତ୍ୟା କରୁଛନ୍ତି । ତାଲିବାନ ହାତରେ ଏବେ ସମଗ୍ର ଆଫଗାନିସ୍ତାନର ନିୟନ୍ତ୍ରଣ ଥିବାରୁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ଏହାର ସହାୟତା ଲୋଡ଼ିଛନ୍ତି ।

Leave a Reply

%d bloggers like this: