କାଠେଯାଡ଼ି ବ୍ରିଜ୍‌ରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଯୁବତୀ

କାଠେଯାଡ଼ି ବ୍ରିଜ୍‌ରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଯୁବତୀ

କାଠେଯାଡ଼ି ବ୍ରିଜ୍‌ରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ମେଟ୍ରୋ ଟିଭି ବ୍ୟୁରା ଅଗଷ୍ଟ/୨୧ : କଟକ କାଠଯୋଡ଼ି ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ । ଶୁକ୍ରବାର ରାତିରେ ଘଟିଥିଲା ଏହି ଘଟଣା । ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକେ ଯୁବତୀ ଜଣକୁ ଉଦ୍ଧାର କରିଥିଲେ ।

ଯୁବତୀ ଜଣଙ୍କ ନୟାଗଡ଼ ଜିଲ୍ଲ୍‌ାର ବୋଲି ଜଣାପଡ଼ିଛି । ସେ କଟକରେ ରହୁଥିବା ପୋଲିସ ସୂଚନା ଦେଇଛି । ତେବେ ଯୁବତୀ କାହିଁକି ନଦୀ ଭିତରକୁ ଡେଇଁଲେ ସେ ନେଇ ଅସ୍ପଷ୍ଟ ରହିଛି । ପୋଲିସ ସଂଯୁକ୍ତ ଯୁବତୀଙ୍କ ସ୍କୁଟି, ମୋବାଇଲ ଫୋନ ଏ ଭ୍ୟାନିଟି ବ୍ୟାଗ୍‌କୁ ଜବତ କରି ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ୍‌ର ପୋଖରୀରୁ ଜଣେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ସେ ଗୁରୁବାର ବିଳମ୍ବିତ ରାତିରେ ଘରୁ ଚାଲି ଯାଇଥିଲେ । ସକାଳେ ଉକ୍ତ ପୋଖରୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ଜେଇଇ ପରୀକ୍ଷାରେ ଭଲ କରି ନଥିବାରୁ ସେ ମାନସିକ ଚାପରେ ଥିଲେ ବୋଲି ପରିବାର ଲୋକେ କହିଥିଲେ ।

Leave a Reply

%d bloggers like this: