ଝୁଲିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଝୁଲିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଝୁଲିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୧ : ଜଳେଶ୍ୱର ଥାନା ରାଜପୁର ଶିବ ମନ୍ଦିର ବେଢ଼ାରେ ଥିବା ବାଉଁଶ
ସିଢ଼ିରେ ଝୁଲୁଛି ଅଜଣା ବ୍ୟକ୍ତିର ମୃତଦେହ । ପାଖରେ ପଡ଼ିଛି ଜୋତା ଓ ପାଣି ବୋତଲ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଘଟଣାର ତଦନ୍ତ କରୁଛି ।

ବାଲେଶ୍ୱର ଜିଲ୍ଲ ଜଳେଶ୍ୱର ଥାନା ରାଜପୁର ଗ୍ରାମରେ ନୂତନ ଭାବରେ ତିଆରି ହୋଇଥିବା ଶିବ ମନ୍ଦିର ବେଢ଼ାକୁ ଲାଗି ରହିଥିବା ଏକ ବାଉଁଶ ସିଢ଼ିରେ ଗତ କାଲି ବିଳମ୍ବିତ ରାତିରେ କେହିଜଣେ ଅଜଣା ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତଦେହ ନିକଟରେ ଜୋତା ଓ ଏକ ବ୍ୟାଗରେ ପାଣି ବୋତଲ ପଡ଼ିଥିବାର ଦେଖିବାକୁ ମିଲିଛି । ତେବେ ମୃତ ବ୍ୟକ୍ତିର କୈାଣସି ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଲୋକମାନେ ଏହା ଦେଖି ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିବେ ।

Leave a Reply

%d bloggers like this: