ଆରମ୍ଭ ହେଲା ସ୍ମାର୍ଟ ସ୍ୱାସ୍ଥ୍ୟ ସେବା

ଆରମ୍ଭ ହେଲା ସ୍ମାର୍ଟ ସ୍ୱାସ୍ଥ୍ୟ ସେବା

ଆରମ୍ଭ ହେଲା ସ୍ମାର୍ଟ ସ୍ୱାସ୍ଥ୍ୟ ସେବା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୧ : ମାଲକାନାଗିରି ଜିଲ୍ଲାରୁ ଆରମ୍ଭ ହୋଇଛି ସ୍ମାର୍ଟ ସ୍ୱାସ୍ଥ୍ୟସେବା । ସୁବିଧାରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ଜିଲ୍ଲାର ୧ ଲକ୍ଷ ୫୫ ହଜାର ପରିବାର ଉପକୃତ ହେବେ । ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ତଥା ବାପାଏଲ ହିତାଧିକାରୀମାନେ ପାଇବେ । ପ୍ରତ୍ୟେକ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମୀ ସୁବିଧା କରାଯାଇଛି । ପରିବାରର ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ରହିଛି । ଏହି ଯୋଜନାରେ ରାଜ୍ୟ ତଥା ରାଜ୍ୟ ବାହାର ୨ଶହ ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବୟନ ଶିଳ୍ପ ଏବଂ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଦିବାସୀ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିହନ ନିଗମ ଅଧ୍ୟକ୍ଷମାନେ ପର୍ଯ୍ୟାୟକ୍ରମେ ଜିଲ୍ଲାରେ ହିତାଧିକାରୀଙ୍କୁ ଜିଲ୍ଲ୍‌ାର ସାରୋଟି ବ୍ଲକ୍ ଏବଂ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏହି କାର୍ଯକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply

%d bloggers like this: