ଆଫଗାନିସ୍ତାନରେ ୨୮୦ ଭାରତୀୟ ମହିଳା, ଶିଶୁ ଉଦ୍ଧାର ଅପେକ୍ଷାରେ

ଆଫଗାନିସ୍ତାନରେ ୨୮୦ ଭାରତୀୟ ମହିଳା, ଶିଶୁ ଉଦ୍ଧାର ଅପେକ୍ଷାରେ

ଆଫଗାନିସ୍ତାନରେ ୨୮୦ ଭାରତୀୟ ମହିଳା, ଶିଶୁ ଉଦ୍ଧାର ଅପେକ୍ଷାରେ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୧ : କାବୁଲରେ ୩ ଶହରୁ ଅଧିକ ଭାରତୀୟ ଫସି ରହିଥିବାବେଳେ ତୁରନ୍ତ ଉଦ୍ଧାର ପାଇଁ ସେମାନେ କାବୁଲରୁ ଏସ୍‌ଓଏସ୍ ପଠାଇଛନ୍ତି । ଭାରତୀୟମାନେ ବିମାନବନ୍ଦର ନିକଟସ୍ଥ ଏକ ବିବାହ ହଲ୍‌ରେ ଆଶ୍ରୟ ନେଇଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରଛନ୍ତି ।

କାବୁଲରେ ଫସିଥିବା ସୟଦ ଅବିଦ୍ ଖାନ ନାମକ ଜଣେ ଭାରତୀୟ ଏହି ନାଗରିକଙ୍କ ଫଟୋ ସେୟାର କରିଛନ୍ତି । ପ୍ରାୟ ୨୮୦ ମହିଳା ଏବଂ ଶିଶୁ କାବୁଲସ୍ଥିତ ଏକ ବିବାହ ହଲ୍‌ରେ ରହିଛନ୍ତି । ଇତି ମଧ୍ୟରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଫଗାନିସ୍ତାନରେ ଫସିଥିବା ଭାରତୀୟ ନାଗରିକମାନେ ‘ସ୍ୱତନ୍ତ୍ର ଆଫଗାନିସ୍ତାନ ବିଭାଗ’ ସହ ଯୋଗାଯୋଗ କରିବାପାଇଁ କୁହାଯାଇଛି । ଆଫଗାନିସ୍ତାନରେ ଭାରତୀୟଙ୍କୁ ସହେଯାଗ କରିବାପାଇଁ ଏହି ବିଭାଗ କାର୍ଯ୍ୟ କରୁଛି ।

Leave a Reply

%d bloggers like this: