ସୋସିଆଲ୍ ମିଡିଆରେ ତାଲିବାନକୁ ସମଥର୍ନ କରି ୧୪ ଗିରଫ

ସୋସିଆଲ୍ ମିଡିଆରେ ତାଲିବାନକୁ ସମଥର୍ନ କରି ୧୪ ଗିରଫ

ସୋସିଆଲ୍ ମିଡିଆରେ ତାଲିବାନକୁ ସମଥର୍ନ କରି ୧୪ ଗିରଫ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୧ : ଭାରତରେ ଯେଉଁମାନେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନକୁ ଭଲ ପାଆନ୍ତି ସେମାନଙ୍କ ଉପରେ ପୋଲିସ ଏକ ଅନୁସନ୍ଧାନ ଚଳାଇଛି । ଆସାମରେ ସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ କରୁଥିବା ହେତୁ ୧୪ ଜଣଙ୍କୁ ଗିରଫ କରାଯାଇଛି । ଆଫଗାନିସ୍ତାନରେ ତାଲିବାନ ଶାସନକୁ ସମର୍ଥନ କରୁଥିବା ସୋସିଆଲ ମିଡିଆ ପୋଷ୍ଟ ଅଭିଯୋଗରେ ଆସାମର ୧୪ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରୁ ଏହି ଗିରଫଦାରୀ କରାଯାଇଛି ଏବଂ ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ, ଆଇଟି ଆକ୍ଟ ଏବଂ ବିଭିନ୍ନ ବିଭାଗ ଅଧିନରେ ବୁକ୍ କରାଯାଇଛି । ଅଧିକାରୀ କହିଛନ୍ତି ଯେ ଉତ୍ତେଜନାମୂଳକ ପୋଷ୍ଟ ପାଇଁ ଆମେ ସଜାଗ ରହିଛୁ ଏବଂ ସୋସିଆଲ ମିଡିଆରେ ମଧ୍ୟ ସଜାଗ ଅଛୁ ।
କାମରୁପ ମହାନଗର ନିଗମ, ବାରପେଟା,ଧ୍ରୁବି ଏବଂ କରିମଗଞ୍ଜ ଜିଲ୍ଲାରୁ ଦୁଇଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି । ଏଥିସହିତ ଡାରଙ୍ଗ, କାଚର, ହାଇଲାକାଣ୍ଡି ଦକ୍ଷିଣ ସଲମାରା, ଗୋଲପାରା ଏବଂ ହୋଜାଇ ଜିଲ୍ଲାରୁ ପ୍ରତ୍ୟେକଙ୍କୁ ଗିରଫ କରାଯାଇଛି । ଡେପୁଟି ଇନ୍ସପେକ୍ଟର ଜେନେରାଲ ଭୋଏଲେଟ୍ ବାରୁଆ କହିଛନ୍ତି ଯଦି ଏପରି କୈାଣସି ଜିନିଷ ଆପଣଙ୍କ ନଜରକୁ ଆସେ, ଦୟାକରି ପୋଲିସକୁ କୁହନ୍ତୁ ।

Leave a Reply

%d bloggers like this: