ଭାରତୀୟଙ୍କୁ ଆସିବାକୁ ଦେଉନାହାନ୍ତି ତାଲିବାନୀ, ଗୁଳି ଚଳାଇ କଲେ ରାସ୍ତା ଅବରୋଧ

ଭାରତୀୟଙ୍କୁ ଆସିବାକୁ ଦେଉନାହାନ୍ତି ତାଲିବାନୀ, ଗୁଳି ଚଳାଇ କଲେ ରାସ୍ତା ଅବରୋଧ

ଭାରତୀୟଙ୍କୁ ଆସିବାକୁ ଦେଉନାହାନ୍ତି ତାଲିବାନୀ, ଗୁଳି ଚଳାଇ କଲେ ରାସ୍ତା ଅବରୋଧ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୦ : କାବୁଲର କାବାସା ଅଞ୍ଚଳରେ ୨ଶହ ଭାରତୀୟ ନାଗରିକ ଫସି ରହିଛନ୍ତି । ଏହି ଭାରତୀୟ ନାଗରିକମାନେ ଗରଡ଼ା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରନ୍ତି । କାବୁଲ ବିମାନ ଅଭିମୁଖେ ଏମାନେ ଯାଉଥିବା ବେଳେ ତାଲିବାନୀ ଗୁଳି ଚଳାଇ ରାସ୍ତା ଅବରୋଧ କରିଥିବା ‘ଟାଇମ୍ସ ନାଓ’ ଚ୍ୟାନେଲର ଏକ ରିପୋର୍ଟରୁ ଜଣାପଡ଼ିଛି । ଏବେ ତାଲିବାନୀମାନେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ାହୋଇଛନ୍ତି । ରବିବାର ଆଫଗାନିସ୍ତାନକୁ ତାଲିବାନ କବଜା କରିଥିଲା । ଏହାପରେ କମ୍ପାନୀ ଭିତରେ ବନ୍ଦୀ ହୋଇ ରହିଥିଲେ ଭାରତୀୟ ନାଗରିକ ।

ଗରଡ଼ା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରୁଥବା ଏହି ୨ଶହ ଭାରତୀୟ ଗୁରୁବାର ବସ୍ ଏବଂ ଅନ୍ୟାନ୍ୟ ଗାଡ଼ିରେ ବିମାନବନ୍ଦର ଅଭିମୁଖେ ଆସୁଥିଲେ । ତେବେ ତାଲିବାନୀ ଏହି ସମୟରେ ରାସ୍ତା ଉପରେ ଗୁଳି ଚଳାଇଥିଲା । ଏପରି କରି ଭାରତୀୟଙ୍କ ରାସ୍ତା ଅବରୋଧ କରିଥିଲେ ତାଲିବାନ । ଏହାପରେ ଭାରତୀୟ ନାଗରିକ କମ୍ପାନୀ ଭିତରେ ପ୍ରବେଶ କରିଯାଇଥିଲେ । ସହାୟତା କରିବାକୁ ବୈଦେଶିକ ମନ୍ତ୍ରାଳୟକୁ ସେମାନେ ନିବେଦନ କରିଛନ୍ତି । ହେଲେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି ତାଲିବାନ । ଭୟଭୀତ କରିବାକୁ ଯାଇ ତାଲିବାନ ମଝିରେ ମଝିରେ ଗୁଳି ଫୁଟାଉଛନ୍ତି ବୋଲି ସୂଚନା ରହିଛି । ହତ୍ୟାର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଭୟଭୀତ ହୋଇପଡ଼ିଛନ୍ତି ଏହି ଭାରତୀୟମାନେ । ତେବେ ମିଳିଥିବା ସୂଚନା ଅନୁସାରେ ସୁରକ୍ଷା କମ୍ପାନୀରେ କାମ କରୁଥିବା ଭାରତୀୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା । ତାଲିବାନ ସେମାନଙ୍କୁ ଅସ୍ତ୍ର ହସ୍ତାନ୍ତର କରିବାକୁ କହିଥିଲେ ।

ଭାରତ ଏବେ ଜରୁରାକାଳୀନ ଭିତରେ ଆଫଗାନିସ୍ତାନରେ ଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରୁଛି । ଗତକାଲି ଏହି ୨୦୦ ଭାରତୀୟ ବିମାନ ବନ୍ଦରରେ ପହଁଞ୍ଚିବାର ଥିଲା । ଯେଉଁ ବିମାନ ବନ୍ଦର ସହିତ ଭାରତ ସରକାର ଯୋଗାଯୋଗରେ ଅଛନ୍ତି ତାହା ଆମେରିକା ସେନା ଅଧିନରେ ରହିଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ତୋଭାଲ ଆମେରିକା ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ସୂଚନା ରହିଛି ।

Leave a Reply

%d bloggers like this: