ସେପ୍ଟେମ୍ବରରୁ ଭୁବନେଶ୍ୱରରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା, ଲାଗିଲା ସେନ୍‌ସର

ସେପ୍ଟେମ୍ବରରୁ ଭୁବନେଶ୍ୱରରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା, ଲାଗିଲା ସେନ୍‌ସର

ସେପ୍ଟେମ୍ବରରୁ ଭୁବନେଶ୍ୱରରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା, ଲାଗିଲା ସେନ୍‌ସର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୦ : ପ୍ରସ୍ତୁତ ହେଉଛି ସ୍ମାର୍ଟ ଜନପଥ । ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ନୂଆ ରୂପ ନେଉଛି । ଏବେ ଆଉ ପୂର୍ବଭଳି ଏହି ଜନପଥରେ ବେଆଇନ ପାର୍କିଂ ହେବନି । ଘରୁ ବାହାରିବା ପୂର୍ବରୁ ଗାଡ଼ି ରଖିବା ପାଇଁ ଆପ୍ ଜରିଆରେ ହେବ ସ୍ଲଟ୍ ବୁକିଂ । ଅର୍ଥାତ୍ ଗନ୍ତବ୍ୟସ୍ଥଳରେ ପହଁଞ୍ଚିବା ପୂର୍ବରୁ ଗାଡ଼ି ରଖିବା ପାଇଁ ପାର୍କିଂ ସ୍ଥାନ ସୁରକ୍ଷିତ ଥିବ । ଏଭଳି ଏକ ଅତ୍ୟାଧୁନିକ ବ୍ୟବସ୍ଥା ସେପ୍ଟେମ୍ବର ପହିଲା ସୁଦ୍ଧା କାର୍ଯ୍ୟକ୍ରମ ହେବାକୁ ଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ମାର୍ଟ ଜନପଥରେ ‘ପାର୍କିଂ ସେନ୍ସର’ ଲାଗିବା ଆରମ୍ଭ ହୋଇଛି । ରାଜମହଲ ଛକରୁ ଶିଶୁଭବନ ଛକ ଯାଏ ୫୦ସେନ୍ସର ଲାଗି ସାରିଥିବା ବେଳେ ବାଣୀବିହାର ପର୍ଯ୍ୟନ୍ତ ୧ ହଜାର ସେନ୍ସର ଲାଗିବା ଯୋଜନା ରହିଛି ।

ସେପ୍ଟେମ୍ବର ମାସରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ସ୍ମାର୍ଟ ସିଟି ଲିମିଟେଡ୍ ଜୋରସୋର ଉଦ୍ୟମ ଚଳାଇଛି । ଜନପଥରୁ ନିୟମିତ ଜବରଦଖଲ ହଟାଯାଉଥିବା ବେଳେ ନିର୍ମାଣ ମଧ୍ୟ ଚାଲିଛି । ସେପ୍ଟେମ୍ବରରୁ ଏହି ସ୍ମାର୍ଟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ବେଆଇନ ପାର୍କିଂ ହୋଇପାରିବ ନାହିଁ । ବେଆଇନ ପାର୍କିଂ ହେଲେ ସେନ୍ସର ଜରିଆରେ ପାର୍କିଂ ଫି’ ଆଦାୟ କରୁଥିବା କର୍ମଚାରୀ ପାଖକୁ ସୂଚନା ଯିବ । ସେ ତୁରନ୍ତ ଆସି ପାର୍କିଂ ଫି’ ଆଦାୟ କରିବା ସହ ଧାର୍ଯ୍ୟ ଜାଗାରେ ଗାଡ଼ି ରଖିବାକୁ ବ୍ୟବସ୍ଥା କରିବ । ସେହିଭଳି ଏବେ ଭୁବନେଶ୍ୱରରେ ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ଼ ହେଉଥିବାରୁ ଗାଡ଼ି ରଖିବାକୁ ଜାଗା ହେଉନାହିଁ । ଏଣୁ ଘରୁ ବାହାରିବା ପୂର୍ବରୁ ପାର୍କିଂ ସ୍ଥାନ ବୁକ୍ କରିବା ପାଇଁ ଏକ ଆପ୍ ବ୍ୟବସ୍ଥା ହେଉଛି । ଭୁବନେଶ୍ୱର ଡଟ୍ ମି ସହିତ ସମନ୍ୱିତ ହୋଇ ଏହି ଆପ୍ କାମ କରିବ । ଯେଉଁ ଜାଗାକୁ ଯିବାକୁ ଅଛି ସେହି ଜାଗାକୁ ଆଗୁଆ ଯିବା ଆଗରୁ ପଇସା ପୈଠ କରି ପାର୍କିଂ ପାଇଁ ଜାଗା ରଖିହବ ।

Leave a Reply

%d bloggers like this: