ନୟାଗଡ଼ ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲା : ଚିଲଡ୍ରେନ୍ କୋର୍ଟରେ ହେଲା ଚାର୍ଜଫ୍ରେମ

ନୟାଗଡ଼ ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲା : ଚିଲଡ୍ରେନ୍ କୋର୍ଟରେ ହେଲା ଚାର୍ଜଫ୍ରେମ

ନୟାଗଡ଼ ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲା : ଚିଲଡ୍ରେନ୍ କୋର୍ଟରେ ହେଲା ଚାର୍ଜଫ୍ରେମ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୦ : ସମଗ୍ର ରାଜ୍ୟରେ ଚହଳ ପକାଇଥିବା ନୟାଗଡ଼ର ନାବାଳିକା ହତ୍ୟା ମାମଲାର ଚିଲଡ୍ରେନ୍ କୋର୍ଟରେ ଚାର୍ଜଫ୍ରେମ ହୋଇଛି । ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ସାକ୍ଷୀଙ୍କୁ ଜେରା ଆରମ୍ଭ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଚିଲଡ୍ରେନ୍ କୋର୍ଟରେ ଏହି ମାମଲାର ବିଚାର ଚାଲିଥିବାବେଳେ ଏସ୍‌ଆଇଟି ଦ୍ୱାରା ଗିରଫ ହୋଇ ଅନୁଗୁଳ ବାଳସୁଧାର ଗୃହରେ ଥିବା ନାବାଳକକୁ ଗୁରୁବାର ନୟାଗଡ଼ ଚିଲଡ୍ରେନ୍ କୋର୍ଟକୁ ଅଣାଯାଇଥିଲା । ନାବାଳକର ଉପସ୍ଥିତିରେ ଚାର୍ଜଫ୍ରେମ ହୋଇଥିଲା । ଗିରଫ ନାବାଳକ ତରଫରୁ ଆଡଭୋକେଟ ଚନ୍ଦ୍ରବିଜୟୀ ମିଶ୍ର ଓ ଶିବଶଙ୍କର ବିଶ୍ୱାଳ ପ୍ରଥମେ ଡିସ୍‌ଚାର୍ଜ ପିଟିସନ୍ ଦାଖଲ କରିଥିଲେ । ଏହା ଉପରେ ଶୁଣାଣି ହୋଇଥିଲା । ଶୁଣାଣି ସରିବା ପରେ ବିଚାରପତି ଚାର୍ଜଫ୍ରେମ କରିଥିଲେ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ସାକ୍ଷୀଙ୍କୁ ଜେରା ଆରମ୍ଭ ହେବ ବୋଲି ଆଡଭୋକେଟ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୭୦ ଜଣ ସାକ୍ଷୀ ରହିଥିବା ସୂଚନା ମିଳିଛି ।

ମାମଲାରୁ ପ୍ରକାଶ, ନୟାଗଡ଼ ବ୍ଲକ ଅଞ୍ଚଳର ୫ ବର୍ଷର ନାବାଳିକାକୁ ଗତବର୍ଷ ଜୁଲାଇ ୧୪ ତାରିଖରେ କେହି ଅପହରଣ କରି ନେଇଥିଲା । ଅପହରଣର ୯ଦିନ ପରେ ପୋଖରୀ ହୁଡ଼ାରୁ ନାବାଳିକାର ଶବ ଏକ ଅଖା ଭିତରୁ ମିଳିଥିଲା । ହତ୍ୟାକାରୀକୁ ପୋଲିସ ଧରିବାରେ ବିଫଳ ହେବା ପରେ ନାବାଳିକାର ପିତା,ମାତା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସେତେବେଳେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଥିଲା । ମାମଲାର ତଦନ୍ତ ପାଇଁ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଥିଲେ । ଏସ୍‌ଆଇଟି ମାମଲାର ତଦନ୍ତ କରି ଡିସେମ୍ବର ୨୦ ତାରିଖରେ ନାବାଳିକାର ଗ୍ରାମରୁ ନାବାଳିକାକୁ ଗ୍ରାମକୁ ନାବାଳକକୁ ଗିରଫ କରିଥିଲା ।

Leave a Reply

%d bloggers like this: