ନଜିବୁଲ୍ଲାଙ୍କ ପରି ଫାଶୀରେ ନ ଝୁଲିବାକୁ ଦେଶ ଛାଡ଼ିଥିଲି : ଘନି

ନଜିବୁଲ୍ଲାଙ୍କ ପରି ଫାଶୀରେ ନ ଝୁଲିବାକୁ ଦେଶ ଛାଡ଼ିଥିଲି : ଘନି

ନଜିବୁଲ୍ଲାଙ୍କ ପରି ଫାଶୀରେ ନ ଝୁଲିବାକୁ ଦେଶ ଛାଡ଼ିଥିଲି : ଘନି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୦ : ତାଲିବାନମାନେ ସମଗ୍ର ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପୂର୍ବରୁ ରାଷ୍ଟପତି ଅସରଫ ଘନି ଦେଶ ଛାଡ଼ି ପଳାୟନ କରିଥିଲେ । ଏଥିପାଇଁ ଦେଶ ଭିତରେ ଓ ବାହାରେ ତାଙ୍କୁ କଡ଼ା ସମାଲୋଚନା ଶିକାର ହେବାକୁ ପଡ଼ିଛି । ୟୁଏଇରେ ଆଶ୍ରୟ ନେଇଥିବା ଘନି ହଠାତ୍ ଦେଶ ଛାଡ଼ି କାହିଁକି ପଳାୟନ କଲେ ତା’ର କାରଣ ଦର୍ଶାଇଛନ୍ତି ।

ଘନି କହିଛନ୍ତି, କାବୁଲକୁ ରକ୍ତପାତ ଏବଂ ବିନାଶରୁ ରକ୍ଷା କରିବା ପାଇଁ ସେ ଆଫଗାନିସ୍ତାନ ଛାଡ଼ିଥିଲେ । ଏକ ଭିଡିଓ ବାର୍ତ୍ତା ଜାରି କରି ଘନି କହଛନ୍ତି, ପୂର୍ବତନ ରାଷ୍ଟପତି ମହମ୍ମଦ ନଜିବୁଲ୍ଲାଙ୍କୁ ୧୯୯୬ରେ ତାଲିବାନୀମାନେ ଯେଉଁଭଳି ଭାବେ ହତ୍ୟା କରି ଟ୍ରାଫିକ୍ ଲାଇଟ୍‌ରେ ଝୁଲାଇ ଦେଇଥିଲେ ତାଙ୍କୁ ମଧ୍ୟ ସେହିଭଳି ଫାଶୀ ଦେବାକୁ ତାଲିବାନ ଯୋଜନା କରିଥିଲା । ଏନେଇ ଘନିଙ୍କ ସୁରକ୍ଷାକର୍ମୀ ସତର୍କ କରାଇ ଦେବାପରେ ସେ ତୁରନ୍ତ ଦେଶ ଛାଡ଼ିଥିଲେ ଏବଂ ସାଙ୍ଗରେ କୈାଣସି ଅର୍ଥ କିମ୍ବା ସାମଗ୍ରୀ ନେଇନଥିଲେ । ଏପରିକି ସ୍ଲିପର୍ ବଦଳାଇବାକୁ ମଧ୍ୟ ସମୟ ପାଇନଥିଲି ବୋଲି ଘନି କହିଛନ୍ତି ।

Leave a Reply

%d bloggers like this: