ଆସୁ ଆସୁ ହିଟ୍ ହୋଇଥିଲା ଅକ୍ଷୟ କୁମାରଙ୍କ ଫିଲ୍ମ, ହେଲେ ତିନି ଦେଶରେ ବ୍ୟାନ୍ ହେଲା ‘ବେଲବଟମ୍‌’

ଆସୁ ଆସୁ ହିଟ୍ ହୋଇଥିଲା ଅକ୍ଷୟ କୁମାରଙ୍କ ଫିଲ୍ମ, ହେଲେ ତିନି ଦେଶରେ ବ୍ୟାନ୍ ହେଲା ‘ବେଲବଟମ୍‌’

ଆସୁ ଆସୁ ହିଟ୍ ହୋଇଥିଲା ଅକ୍ଷୟ କୁମାରଙ୍କ ଫିଲ୍ମ, ହେଲେ ତିନି ଦେଶରେ ବ୍ୟାନ୍ ହେଲା ‘ବେଲବଟମ୍‌’

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୦ : ବଲିଉଡର ଖେଳାଳି ଅର୍ଥାତ୍ ଅକ୍ଷୟ କୁମାରଙ୍କ ମୋଷ୍ଟ ଅପଡେଟ୍ ଫିଲ୍ମ ‘ବେଲ୍ ବଟମ୍‌’ ବଡ଼ ପରଦାର ରିଲିଜ ହୋଇସାରିଛି । ଦର୍ଶକ ମଧ୍ୟ ଫିଲ୍ମଟିକୁ ଖୁବ୍ ପସନ୍ଦ କରିଛନ୍ତି । କରୋନା ମହାମାରୀ ମଧ୍ୟରେ ଏହା ପ୍ରଥମ ଫିଲ୍ମ ଯାହା ପ୍ରଥମ ଦିନରେ ଭଲ ଓପନିଂ କରିଥିଲା । କେବଳ ସେତିକି ନୁହେଁ, ବଡ଼ ପରଦାରେ ରିଲିଜ ହୋଇଥିବା ଏହା ହେଉଛି ପ୍ରଥମ ବିଗ୍ ବଜେଟ ଫିଲ୍ମ । ଏହି ଫିଲ୍ମରେ ଅକ୍ଷୟଙ୍କ ଆକ୍ସନ ପ୍ୟାକ୍ ସିନ ସହ ଏହାର କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇପାରିଛି ।

ତେବେ ଫିଲ୍ମର ଆରମ୍ଭରେ କିନ୍ତୁ କୁହାଯାଇଛି ଯେ ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ମଧ୍ୟ ଫିଲ୍ମ କାଳ୍ପନିକ ଅଟେ । କିନ୍ତୁ, ବର୍ତ୍ତମାନ ଏହା ଖୁଲାସା ହୋଇଛି ଯେ, ଯେଉଁ ବିମାନ ଅପହରଣ ଘଟଣାରେ ଆତଙ୍କବାଦୀଙ୍କୁ ଧରିବା କାମ ଫିଲ୍ମରେ ‘ର’ର ଏକ ଏଜେଣ୍ଟ ମାଧ୍ୟମରେ ଫିଲ୍ମରେ ଦେଖାଯାଇଛି, ତାହା ସମ୍ପୃକ୍ତ ବିମାନ ଅପହରଣ ପ୍ରସଙ୍ଗରେ କେବେ ହୋଇ ନାହିଁ । ୧୯୮୪ରେ ଏୟାର ଇଣ୍ଡିଆର ଏକ ବିମାନକୁ ଅପହରଣ କରି ତାହାକୁ ଲୋହୋର ଦେଇ ଦୁବାଇକୁ ନିଆଯାଇଥିଲା, କିନ୍ତୁ ପରେ ପ୍ରତିରକ୍ଷା ମନ୍ତ୍ରୀ ହିଁ ପୂରା ମାମଲାକୁ ସମ୍ଭାଳି ଥିଲେ ଏବଂ ପରେ ସେହି ଆତଙ୍କବାଦୀମାନଙ୍କୁ ଅପହରଣରେ ବ୍ୟବହୃତ ପିସ୍ତଲ ସହିତ ଭାରତ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା । ଫିଲ୍ମରେ ଦର୍ଶାଯାଇଥିବା ଏହି ମିଥ୍ୟା କାରଣରୁ ଅତି କମ୍‌ରେ ତିନିଟି ଆରବ ଦେଶରେ ଫିଲ୍ମ ‘ବେଲବଟମ୍‌’ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave a Reply

%d bloggers like this: