ନକ୍ସଲଙ୍କ ବର୍ବର କାଣ୍ଡ : ନକ୍ସଲ ଗୁଳିକରି ୨ ଯବାନ ସହିଦ, ଲୁଟିନେଲେ ବନ୍ଧୁକ

ନକ୍ସଲଙ୍କ ବର୍ବର କାଣ୍ଡ : ନକ୍ସଲ ଗୁଳିକରି ୨ ଯବାନ ସହିଦ, ଲୁଟିନେଲେ ବନ୍ଧୁକ

ନକ୍ସଲଙ୍କ ବର୍ବର କାଣ୍ଡ : ନକ୍ସଲ ଗୁଳିକରି ୨ ଯବାନ ସହିଦ, ଲୁଟିନେଲେ ବନ୍ଧୁକ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୦ : ଛତିଶଗଡ଼ ନାରାୟଣପୁରରେ ନକ୍ସଲମାନଙ୍କ ଆକ୍ରମଣରେ ଆଇଟିବିପିର ୨ ଯବାନ ସହିଦ ହୋଇଛନ୍ତି । ନକ୍ସଲମାନେ କଡେମେଟା କ୍ୟାମ୍ପରୁ ୬ଶହ ମିଟର ଦୂରରେ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ନକ୍ସଲମାନେ ଯବାନଙ୍କ ଏକେ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜାକେଟ୍ ନେଇ ଫେରାର ହୋଇଯାଇଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପିଙ୍କ ସୂଚନାମୁତାବକ ସୃତ ଯବାନମାନେ ଆଇଟିବିପି ୪୫ ବାଟାଲିୟନର ।

କହିରଖୁ କି, ୪ ଦିନ ପୂର୍ବରୁ ନକ୍ସଲ ପ୍ରଭାବିତ ଦାନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀମାନେ ୩ ଜଣ ନକ୍ସଲଙ୍କୁ ଗିରଫ କରିଥିଲେ । କୁହାଯାଉଛି କି ଏହି ଗିରଫର ପ୍ରତିଶୋଧ ସ୍ୱରୂପ ନକ୍ସଲମାନେ ଏଭଳି କାଣ୍ଡ କରିଛନ୍ତି ।

Leave a Reply

%d bloggers like this: