ଚାଲିଗଲେ ଜୟଦେବ ଜେନାଙ୍କ ପୁଅ

ଚାଲିଗଲେ ଜୟଦେବ ଜେନାଙ୍କ ପୁଅ

ଚାଲିଗଲେ ଜୟଦେବ ଜେନାଙ୍କ ପୁଅ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୯ : ଜୀବନ ଯୁଦ୍ଧରେ ହାରିଗଲେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା । ଆଜି ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ସାନ ଭାଇ ମନୋଜ ଜେନା ଏହି ସୂଚନା ଦେଇଛନ୍ତି । ସଂଗ୍ରାମ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ।

ମୃତ୍ୟୁ ବେଳକୁ ସଂଗ୍ରାମଙ୍କୁ ୪୪ ବର୍ଷ ହୋଇଥିଲା । ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହ୍ରାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ୮୪ ଦିନ ହେଲା ଇକ୍‌ମୋ ଚିକିତ୍ସାରେ ରହିଥିଲେ । ତାଙ୍କ ଅବସ୍ଥାରେ ସୁଧାର ମଧ୍ୟ ଆସିଥିଲା । ତେବେ ଆଜି ସକାଳେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା ।

ସୂଚନାଯୋଗ୍ୟ, ସଂଗ୍ରାମ ୨୦୧୪ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦବୀ ପାଇଁ ମଧ୍ୟ ଲଢ଼ିଥିଲେ ।

Leave a Reply

%d bloggers like this: