ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କାଟିଦେଲେ ଅଧା ସିଟ୍

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କାଟିଦେଲେ ଅଧା ସିଟ୍

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କାଟିଦେଲେ ଅଧା ସିଟ୍

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୯ : ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମଧୁସୂଦନ ମଧୁସୂଦନ ଆଇନ ମହାବିଦ୍ୟାଳୟ ସମୟରେ ଏଲ୍‌ଏଲ୍‌ବି ପାଠ୍ୟକ୍ରମରେ ୨୪୦ଟି ସିଟ୍ ଥିବାବେଳେ ଏବେ ଏହି ସିଟ୍ ସଂଖ୍ୟା ବିଶ୍ୱବିଦ୍ୟାଳୟ ହେବା ପରେ ଅଧା ଅର୍ଥାତ୍ ୧୨୦କୁ ହ୍ରାସ କରି ଦିଆଯାଇଛି । ବିଶ୍ୱବିଦ୍ୟାଳୟ ହେବା ପରେ ସିଟ୍ ସଂଖ୍ୟା ହ୍ରାସ ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

କର୍ତ୍ତୃପକ୍ଷ କିନ୍ତୁ ଏହାକୁ ନେଇ ଏକ ଅଜବ ଯୁକ୍ତି ବାଢ଼ିଛନ୍ତି । ଭିତ୍ତିଭୂମି ନ ଥିବାରୁ ସେମାନେ ଇଣ୍ଟିଗ୍ରେଟେଡ୍ ଏଲ୍‌ଏଲ୍‌ବିରେ ସିଟ୍ ୬୦ ଓ ଏଲ୍‌ଏଲ୍‌ବିରେ ୩୦ ସିଟ୍ ବଢ଼ାଇଥିବା କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାରେ ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସ୍ୱାଭାବିକ ପ୍ରକ୍ରିୟା ହୋଇଥିବା ବେଳେ କର୍ତ୍ତୃପକ୍ଷ ଏଲ୍‌ଏଲ୍‌ବି ସିଟ୍ ସଂଖ୍ୟା ୨୪୦ରୁ ୧୨୦କୁ ହ୍ରାସ କଲେ କାହିଁକି?

୨୦୧୮ ମେ ୨୦ ତାରିଖରେ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଭାବେ ରାଜ୍ୟ ସରକାର ଘୋଷଣା କରିଥିଲେ । ମାତ୍ର ଏ ନେଇ ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇପାରିନଥିଲା । ତେବେ ଚଳିତ ବର୍ଷ ୨୦୨୧ ଏପ୍ରିଲ ୨୮ ତାରିଖରୁ ବିଶ୍ୱବିଦ୍ୟାଳୟକୁ ବିଧିବଦ୍ଧ ସ୍ୱୀକୃତି ମିଳିଥିଲା । ପୂର୍ବରୁ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଏଲ୍‌ଏଲ୍‌ବି ପାଇଁ ୬୦ଟି ସିଟ୍ ଥିବାବେଳେ ଚଳିତ ବର୍ଷ ଏହାକୁ ୧୨୦ କରାଯାଇଛି । ସେହିଭଳି ଏଲ୍‌ଏଲ୍‌ଏମ୍‌ରେ ୩୦ଟି ସିଟ୍ ଥିବାବେଳେ ଏବେ ଏହାକୁ ୬୦ କରାଯାଇଛି ।

Leave a Reply

%d bloggers like this: