ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୯ : ଗତ ୩ ମାସ ଧରି ବନ୍ଦ ରହିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ପହିଲାରୁ ଖୋଲିବ । ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କୋଭିଡ୍ କଟକଣା ଭିତରେ ସର୍ବସାଧାରଣ ମହାପ୍ରଭୁଙ୍କ ଦର୍ଶନ ପାଇବେ । ଏକ ସମୟରେ ସିଂହଦ୍ୱାରରୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ଶହେ ଜଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ । କୈାଣସି ଭକ୍ତଙ୍କୁ ଭୋଗଲାଗି କରାଇବା ପାଇଁ ସୁଯୋଗ ଦିଆଯିବନାହିଁ । ସାହାଣମେଲା ଓ ଗର୍ଭଗୃହ ଦର୍ଶନ ମଧ୍ୟ ହେବନାହିଁ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଭକ୍ତମାନଙ୍କ ମଧ୍ୟରେ ଅତିକମ୍‌ରେ ୬ ଫୁଟ ସାମାଜିକ ଦୂରତା ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ବିଏମ୍‌ସି ପକ୍ଷରୁ ୧ ତାରିଖ ପୂର୍ବରୁ ସ୍ୱତନ୍ତ୍ର ବ୍ୟାରିକେଟ୍ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

Leave a Reply

%d bloggers like this: