ସାଘାଂତିକ ଅଡୁଆରେ ପଡିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ସାଘାଂତିକ ଅଡୁଆରେ ପଡିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ସାଘାଂତିକ ଅଡୁଆରେ ପଡିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ, ବୋହୂ ଆଣିଲେ  ଯୌତୁକ ନିର୍ଯାତନା ଅଭିଯୋଗ

ମେଟ୍ରୋ ଟିଭି ବ୍ୟୁରୋ, ଅଗଷ୍ଟ,19: ସାଘାଂତିକ ଅଡୁଆରେ ପଡିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବୋହୂ ଆଣିଲେ  ଯୌତୁକ ନିର୍ଯାତନା ଅଭିଯୋଗ । ସାଂସଦ ମହତାବଙ୍କ ବୋହୂ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଭଳି ଅଭିଯୋଗ କରିଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ଜଣାପଡିଛି । ତେବେ ଭର୍ତ୍ତୃହରିଙ୍କ ସହିତ ତାଙ୍କ ପତ୍ନୀ ଓ ପୁଅ ଲୋକ ରଞ୍ଜନଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାଇ, ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମଙ୍ଗଳବାର ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ଆଇପିସିର ଧାରା ୪୯୮ (ଏ), ୫୦୬, ୩୪ ଓ ଯୌତୁକ ନିର୍ଯାତନା ଆଇନ ଅନୁଯାଇ ମାମଲା ରୁଜୁ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ- ବାହାଘର ପରେ ପରେ ହିଁ ତାଙ୍କ ଉପରେ  ଯୌତୁକ ପାଇଁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ସେଥିପାଇଁ ସେ ଭୋପାଳକୁ ତାଙ୍କ ବାପ ଘରକୁ ପଳାଇ ଆସିଥିଲେ ଓ କୋର୍ଟରେ ମାମଲା ରୁଜୁ କରିଥିଲେ। ତାଙ୍କୁ ପାଖରେ ରଖିବା ଲାଗି କୋର୍ଟ ତାଙ୍କ ସ୍ୱାମୀ ଲୋକରଞ୍ଜନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶ୍ୱଶୁର ଘର ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନଥିଲା। ୨୦୧୮ରେ ଯେତେବେଳେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ସେତେବେଳେ ତାଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ତେଣୁ ସେ ପୁଣି ଭୋପାଳ ଫେରି ଯାଇଥିଲେ। ତେବେ ସେ ଆଶା ଛାଡ଼ି ନଥିଲେ ଓ ଅପେକ୍ଷା କରିଥିଲେ।

Leave a Reply

%d bloggers like this: