ରାଜଧାନୀରେ ୧୯୭ କରୋନା ଆକ୍ରାନ୍ତ

ରାଜଧାନୀରେ ୧୯୭ କରୋନା ଆକ୍ରାନ୍ତ

ରାଜଧାନୀରେ ୧୯୭ କରୋନା ଆକ୍ରାନ୍ତ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୯ : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ପୂର୍ବରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ତଳକୁ ଖସି ଆସିଛି । ଏହାସହ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଗତକାଲି ୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪ ହଜାର ୪୯୨ରେ ପହଁଞ୍ଚିଛି । ସେହିପରି ମୋଟ ସୁସ୍ଥଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି ।

ଆଜି ସୁଦ୍ଧା ୧ ଲକ୍ଷ ୩୪୦ ଜଣ ସୁସ୍ଥ ହୋଇଥିବା ବିଏମ୍‌ସି ଦର୍ଶାଇଛି । ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ । ଏହି ସଂଖ୍ୟା ଗତକାଲି ୩୧୫୩ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା ୧୯୭ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଣା ଭୁବନେଶ୍ୱରରୁ ସର୍ବାଧିକ ୧୦ ଜଣ ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୮ଜଣ, ବରମୁଣ୍ଡା, ପଟିଆ, ୟୁନିଟ୍‌-୮ ଓ ସୁନ୍ଦରପଦା ଅଞ୍ଚଳରୁ ୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

%d bloggers like this: