ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରୁ ମୁକ୍ତ ହେଲେ ଶଶି ଥରୁର

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରୁ ମୁକ୍ତ ହେଲେ ଶଶି ଥରୁର

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରୁ ମୁକ୍ତ ହେଲେ ଶଶି ଥରୁର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୮ : ଦିଲ୍ଲୀ ଅଦାଲତରେ ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କିତ ଏକ ମାମଲାରୁ ମୁକ୍ତ କରିଛନ୍ତି । ମାମଲାର ଶେଷ ଶୁଣାଣି ସମୟରେ ପୋଲିସ ଥରୁରଙ୍କ ବିରୁଦ୍ଧରେ ୩୦୬ ଧାରା ସମେତ ବିଭିନ୍ନ ଅଭିଯୋଗ ଆଣି ତାଙ୍କ ପ୍ରତି ଦଣ୍ଡବିଧାନ କରିବାକୁ ଅଦାଲତରେ ଯୁକ୍ତି ଦର୍ଶାଇଥିଲା ।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ଏକ ବିଳାସପୂର୍ନ ହୋଟେଲରେ ୨୦୧୪ ଜାନୁଆରୀ ୧୭ ତାରିଖ ସୁନନ୍ଦାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସୁନନ୍ଦା ଓ ଶଶିଙ୍କ ବଙ୍ଗଳାର ମରାମତି କରାଯାଉଥିବାରୁ ସେମାନେ ଉକ୍ତ ହୋଟେଲରେ ରହୁଥିଲେ । ବୁଧବାର ଦିନ ଅଦାଲତରେ ଶଶିଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ପାୱା କହିଥିଲେ ଯେ ଏସ୍‌ଆଇଟି ଦ୍ୱାରା କରାଯାଇଥିବା ତଦନ୍ତରେ ଶଶିଙ୍କ ବିରୁଦ୍ଧରେ ଆଗତ ସମସ୍ତ ଅଭିଯୋଗରୁ ତାଙ୍କୁ ମୁକ୍ତ କରାଯାଇସାରିଛି । ତାଙ୍କ ବିରୁଦ୍ଧରେ କିଛି ତଥ୍ୟ ପ୍ରମାଣ ନଥିବାରୁ ଶଶିଙ୍କୁ ଏଥିରୁ ଅଦାଲତ ମୁକ୍ତ କରନ୍ତୁ । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ଅଦାଲତ ଶଶି ଥରୁଙ୍କୁ ଉକ୍ତ ମାମଲାରୁ ମୁକ୍ତ କରିଥିଲେ ।

Leave a Reply

%d bloggers like this: