ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ, ଶରିଆ ଆଇନରେ ସୁରକ୍ଷିତ ନୁହଁନ୍ତି ମହିଳା

ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ ଶରିଆ ଆଇନରେ ସୁରକ୍ଷିତ ନୁହଁନ୍ତି ମହିଳା

ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ
ଶରିଆ ଆଇନରେ ସୁରକ୍ଷିତ ନୁହଁନ୍ତି ମହିଳା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୮ : ଆଫଗାନିସ୍ତାନ ଦଖଲ କରିବା ପରେ ଆଜି ପ୍ରଥମ ଥର ପାଇଁ କାବୁଲରେ ଥିବା ସରକାରୀ ମିଡିଆ ଓ ସୂଚନା କେନ୍ଦ୍ରରେ ତାଲିବାନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଥିବାରୁ ଭୟରେ ଲୋକମାନେ ପଳାୟନ କରୁଛନ୍ତି । ସବୁଆଡ଼େ ଭୟର ବାତାବରଣ । ହେଲେ ତାଲିବାନ ଆଜି ପ୍ରଥମ ସାମ୍ବାଦିକ ସମ୍ମଳନୀରେ ଲୋକଙ୍କ ଭୟ ଓ ଆଶଙ୍କା ଦୂର କରିବାକୁ ଚେଷ୍ଟା କରିଛି । ତାଲିବାନ ଶାସନରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି ବୋଲି କୁହାଯାଇଛି । ହେଲେ ତାଲିବାନ ମହିଳାଙ୍କ କ୍ଷେତ୍ରରେ କୈାଣସି ପାତରଅନ୍ତର କରାଯିବ ନାହିଁ ଓ ଦେଶରେ ଶରିଆ ଆଇନ ଲାଗୁ କରାଯିବ ବୋଲି କହିଛି । ଏଥିସହ ସାରା ବିଶ୍ୱ ତାଲିବାନକୁ ମାନ୍ୟତା ଦେଉ ବୋଲି ସଂଗଠନ ନିବେଦନ କରିଛି ।

ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, “ମୁଁ ପ୍ରଥମେ ଆଫଗାନ ନାଗରିକଙ୍କୁ ଶୁଭେଚ୍ଛା ଜଣାଇବି । କାରଣ ସେମାନେ ଆମେରିକା ହୁକୁମାତିରେ ପୂର୍ନଚ୍ଛେଦ ଟାଣିଛନ୍ତି । ଇସଲାମ ଅନୁସାରେ ମହିଳାମାନଙ୍କୁ ସବୁପ୍ରକାର ସୁରକ୍ଷା ଓ ଅଧିକାର ମିଳିବ । ମହିଳାମାନେ ସ୍ୱାସ୍ଥ୍ୟ ଓ ଅନ୍ୟ କ୍ଷେତ୍ରରେ କାମ କରିପାରିବେ । କିନ୍ତୁ ସେମାନଙ୍କୁ ଶରିଆରେ ଥିବା ନିୟମ ଅନୁସାରେ ସବୁକିଛି କରିବାକୁ ପଡ଼ିବ । ଆମର କାହା ପ୍ରତି କୈାଣସି ରାଗ ନାହିଁ । ଆମେ ସମସ୍ତଙ୍କୁ କ୍ଷମା କରିଦେଉଛୁ । ଆମେ ଖୁବଶୀଘ୍ର ଗୋଟିଏ ବୁଝାମଣା କରି ଦେଶରେ ଇସଲାମିକ ସରକାର ପ୍ରତିଷ୍ଠା କରିବୁ । ଆମର ଯୋଦ୍ଧାମାନେ ବିଭିନ୍ନ ସ୍ଥାନରେ ମୁତୟନ ହେବାରୁ ଦେଶର ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସୁଛି ।”

Leave a Reply

%d bloggers like this: