କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଏବେ ମିଳିବନି ଜେଲରୁ ମୁକ୍ତି

କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଏବେ ମିଳିବନି ଜେଲରୁ ମୁକ୍ତି

କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଏବେ ମିଳିବନି ଜେଲରୁ ମୁକ୍ତି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୮ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି । ବମ୍ବେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । କିନ୍ତୁ ସେ ଜେଲରୁ ଏବେ ମୁକୁଳିବେ ନାହିଁ । ସେ ଏବେ ଜେଲରେ ହିଁ ରହିବେ । ସୂଚନା ମୁତାବକ ନଭେମ୍ବର ୨୦୨୦ରେ ରୁଜ୍ଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି । ପୂର୍ବରୁ ଏହି ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ଅନ୍ତରୀଣ ଜାମିନ୍ ଦେବାକୁ ମନାକରିଦେଇଥିଲା । ଏହାପରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ରାଜକୁନ୍ଦ୍ରା ।

ବମ୍ବେ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରିଛନ୍ତି । ଜଷ୍ଟିସ୍ ସନ୍ଦୀପ ସନ୍ଧେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ଅଗଷ୍ଟ ୨୫ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଏଥିସହ ତାଙ୍କ ଗିରଫଦାରୀ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ରେ ହେବ । ଅଶ୍ଳୀଳ ଭିଡିଓ ତିଆରି କରିବା ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ଜୁଲାଇ ୧୯ ତାରିଖରୁ ଗିରଫ କରିଛି । ତାଙ୍କ ନାଁରେ ପ୍ରୋନୋଗ୍ରାଫି ଫିଲ୍ମ ତିଆରି କରି ହଟ୍‌ସଟ୍ ଆପ୍‌ରେ ଅପଲୋଡ୍ କରୁଥିବା ଅଭିଯୋଗ ରହିଛି । ତେବେ ଏହା ପୂର୍ବରୁ ନଭେମ୍ବରରେ ମଧ୍ୟ ଏଭଳି ହିଁ ଏକ ମାମଲା ରାଜଙ୍କ ବିରୁଦ୍ଧରେ ରୁଜ୍ଜୁ ହୋଇଥିଲା ।

Leave a Reply

%d bloggers like this: