ଦୁଇ ଟ୍ରକ୍ ମୁହାଁମୁହିଁ, ଜୀବନ୍ତ ଜଳିଗଲେ ୪ ଡ୍ରାଇଭର ଓ କ୍ଲିନର

ଦୁଇ ଟ୍ରକ୍ ମୁହାଁମୁହିଁ, ଜୀବନ୍ତ ଜଳିଗଲେ ୪ ଡ୍ରାଇଭର ଓ କ୍ଲିନର

ଦୁଇ ଟ୍ରକ୍ ମୁହାଁମୁହିଁ, ଜୀବନ୍ତ ଜଳିଗଲେ ୪ ଡ୍ରାଇଭର ଓ କ୍ଲିନର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୭ : ମୁହାଁମୁହିଁ ହେଲେ ଦୁଇ ଟ୍ରକ୍‌, ଲାଗିଲା ନିଆଁ । ଜୀବନ୍ତ ଜଳିଗଲେ ୪ ଜଣ । ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ରାଜସ୍ଥାନର ଅଜମେର-ବାବରର ୮ ନମ୍ବର ଜାତୀୟ ରାଜପଥ ଉପରେ । ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ ଆଜି ଭୋରୁ ଜାତୀୟ ରାଜପଥ ଉପରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏଥିରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ଯୋଗୁଁ ଉଭୟ ଟ୍ରକ୍‌ର ଡ୍ରାଇଭର ଓ କ୍ଲିନର ଜୀବନ୍ତ ଜଳି ଯାଇଥିଲେ । ସୂଚନା ପାଇ ପୋଲିସ ଏବଂ ଦମକଳବାହିନୀ ଘଟଣାସ୍ଥଳରେ ପହଁଞ୍ଚିଥିଲା । ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ ହୋଇଥିଲା । ପରେ ପୋଲିସ ଜଳନ୍ତା ଟ୍ରକ୍ ଭିତରୁ ୪ ଜଣ ଡ୍ରାଇଭର ଏବଂ ହେଲପରଙ୍କ ମୃତଦେହ ଜବତ କରିଥିଲା । ମୃତକଙ୍କ ବ୍ୟବଚ୍ଛେଦ ପାଇଁ ଅଜମେର ଜବାହାରଲାଲ ନେହେରୁ ଚିକିତ୍ସାଳୟକୁ ପଠାଯାଇଛି । ଉଭୟ ଟ୍ରକ୍‌ର ନମ୍ବର ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

%d bloggers like this: