ଆଫଗାନି ମହିଳାଙ୍କୁ ଯୈାନଦାସୀ କରିବାକୁ ତାଲିବାନର ଉଦ୍ୟମ

ଆଫଗାନି ମହିଳାଙ୍କୁ ଯୈାନଦାସୀ କରିବାକୁ ତାଲିବାନର ଉଦ୍ୟମ

ଆଫଗାନି ମହିଳାଙ୍କୁ ଯୈାନଦାସୀ କରିବାକୁ ତାଲିବାନର ଉଦ୍ୟମ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୭ : ଆଫଗାନିସ୍ତାନରେ ତାଲିବାନର ବର୍ବରତା ସୀମା ଟପିବାରେ ଲାଗିଲାଣି । ସଂଗଠନ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରିବା ସହ ଏବେ ନିଜର ଯୈାନ ଭୋକ ମେଣ୍ଟାଇବାକୁ ଉଦ୍ୟମ ଆରମ୍ଭ କରିଛି । ଦେଶର ୬୫%ରୁ ଅଧିକ ଦଖଲ କରିସାରିଥିବା ତାଲିବାନ ବର୍ତ୍ତମାନ ମହିଳାଙ୍କୁ ଟାର୍ଗେଟ କରୁଛି । ଯେଉଁ ସବୁ ଅଞ୍ଚଳ ତାଲିବାନର ସଦସ୍ୟମାନେ ଦଖଲ କରୁଛନ୍ତି, ସେଠାରେ ସେମାନେ ମହିଳାମାନଙ୍କୁ ନିଜର ଯୈାନଦାସୀ କରିବାକୁ ଉଦ୍ୟମ କରୁଛନ୍ତି । ଏହି କାରଣରୁ ମହିଳାମାନେ ଏବେ ଭୟଭୀତ ହୋଇପଡ଼ିଛନ୍ତି । ସେମାନଙ୍କ ପରିବାର ସଦସ୍ୟମାନେ ଏହାକୁ ବିରୋଧରେ କଲେ ତାଲିବାନ ପକ୍ଷରୁ ସେମାନଙ୍କୁ ମୃତ୍ୟୁଦଣ୍ଡ ବି ମିଳୁଛି ।

ମିଳିଥିବା ସୂଚନା ଅନୁସାରେ, ତାଲିବାନର ସହସ୍ୟମାନେ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ପ୍ରଥମେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ଦଖଲ କରୁଛନ୍ତି । ଏହାପରେ ଘର ଘର ବୁଲି ୧୪ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ଚିହ୍ନଟ କରୁଛନ୍ତି । କିଛି ବୟସ୍କା ମହିଳାଙ୍କୁ ସେମାନେ ଯୈାନଦାସାୀ ଭାବେ ବ୍ୟବହାର କରୁଥିବା ବେଳେ ଯୁବତୀମାନଙ୍କୁ ଆତଙ୍କୀଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଛନ୍ତି । ଯଦି କେହି ଏହାର ପ୍ରତିବାଦ କରୁଛି, ସେମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ସହ ଗୁଳି କରିଦିଆଯାଉଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନର ୧୨ଟି ପ୍ରଦେଶର ରାଜଧାନୀ ତାଲିବାନ କବଜାରେ ରହିଛି । ଏହାବାଦ ଦେଶର ଦ୍ୱିତୀୟ ଓ ତୃତୀୟ ବୃହତ୍ତମ ସହର କାନ୍ଦାହାର ଓ ହେରାଟରେ ମଧ୍ୟ ସଂଗଠନ ନିଜର ରାଜତ୍ୱ ଦେଖାଇଛି ।

Leave a Reply

%d bloggers like this: