ପିଏନ୍‌ବି ବ୍ୟାଙ୍କ ଗ୍ରାହକଙ୍କୁ ଫ୍ରିରେ ଦେଉଛି ୨ ଲକ୍ଷ ଟଙ୍କାର ଫାଇଦା

ପିଏନ୍‌ବି ବ୍ୟାଙ୍କ ଗ୍ରାହକଙ୍କୁ ଫ୍ରିରେ ଦେଉଛି ୨ ଲକ୍ଷ ଟଙ୍କାର ଫାଇଦା

ପିଏନ୍‌ବି ବ୍ୟାଙ୍କ ଗ୍ରାହକଙ୍କୁ ଫ୍ରିରେ ଦେଉଛି ୨ ଲକ୍ଷ ଟଙ୍କାର ଫାଇଦା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୭ : ଯଦି ଆପଣ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଗ୍ରାହକ ତେବେ ଆପଣଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ଆପଣଙ୍କୁ ଅନେକ ସୁବିଧା ଉପଲବ୍ଧ କରାଉଛି । ପିଏନବି ନିଜ ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଇନସ୍ୟୁରାନ୍ସ ଦେଉଛି । କିନ୍ତୁ ବ୍ୟାଙ୍କ ଏହି ସୁବିଧା ସେହି ଗ୍ରାହକଙ୍କୁ ଦେଉଛି ଯେଉଁମାନଙ୍କ ପାଖରେ ଜନ ଧନ ଆକାଉଣ୍ଟ ଅଛି । ଏହା ବ୍ୟତୀତ ଗ୍ରାହକ ବ୍ୟାଙ୍କ ତରଫରୁ ମଧ୍ୟ ଅନେକ ସୁବିଧାର ଲାଭ ନେଇପାରିବେ ।

ଫ୍ରିରେ ମିଳିବ ୨ ଲକ୍ଷର ଫାଇଦା ବ୍ୟାଙ୍କ ତରଫରୁ ଜନଧନ ଗ୍ରାହକଙ୍କୁ ପିଏନ୍‌ବି ରୁପେ ଜନଧନ କାର୍ଡର ସୁବିଧା ଦିଆଯାଉଛି । ଏହି କାର୍ଡରେ ବ୍ୟାଙ୍କ ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ ଇନସ୍ୟୁରାନ୍ସ କଭରର ସୁବିଧା ଦେଉଛି । ରୂପେ କାର୍ଡରେ ଆପଣ ନିଜ ଖାତାରୁ ପଇସା ବାହାର କରିପାରିବେ ଏବଂ କିଣାକିଣି ମଧ୍ୟ କରିପାରିବେ ।

Leave a Reply

%d bloggers like this: