ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦାମ୍‌, ୨୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦାମ୍‌, ୨୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦାମ୍‌, ୨୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୭ : ସାଧାରଣ ନାଗରିକକୁ ପୁଣି ଝଟକା । ପେଟ୍ରୋଲିୟମ କମ୍ପାନୀମାନେ ରୋଷେଇ ଗ୍ୟାସ୍‌ର ଦାମ୍ ପୁଣି ବଢ଼ାଇଦେଇଛନ୍ତି । ନନ୍ ସବସିଡି ସିଲିଣ୍ଡରର ଦାମ୍ ୨୫ ଟଙ୍କା ବଢ଼ାଇ ଦେଇଛନ୍ତି । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଏବେ ୮୫୯.୫ ଟଙ୍କା ହୋଇଯାଇଛି । ଯଦିଓ ପୂର୍ବରୁ ଏହା ୮୩୪.୫୦ ଟଙ୍କା ଥିଲା । ଏହା ପୂର୍ବରୁ ୧ ଜୁଲାଇରେ ଏଲପିଜି ସିଲିଣ୍ଡରର ଦାମ୍ ୧୫.୫୦ ଟଙ୍କା ବୃଦ୍ଧି ପାଇଥିଲା ।

ମୁମ୍ବାଇରେ ମଧ୍ୟ ୧୪.୨ କିଲୋଗ୍ରାମର ଏଲପିଜି ସିଲିଣ୍ଡର ଦାମ୍ ଏବେ ୮୫୯.୫ ଟଙ୍କା ହୋଇଯାଇଛି । ଯଦିଓ ଏପର୍ଯ୍ୟନ୍ତ ଏହା ୮୩୪.୫୦ ଟଙ୍କା ଥିଲା । କୋଲକାତାରେ ୮୬୧ ଟଙ୍କାର ବୃଦ୍ଧି ପାଇ ୮୮୬ ଟଙ୍କା ପ୍ରତି ସିଲିଣ୍ଡର ହୋଇଯାଇଛି । ଚେନ୍ନାଇରେ ମଧ୍ୟ ଏଲପିଜି ସିଲିଣ୍ଡର ପାଇଁ ଆଜିଠୁ ୮୭୫.୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହା ପୂର୍ବରୁ ୮୫୦.୫୦ ଟଙ୍କା ଥିଲା । ଡିସେମ୍ବରରେ ଏ ପର୍ଯ୍ୟନ୍ତ ଗ୍ୟାସ୍ ସିଲିଣ୍ଡରର ଦାମ୍ ପ୍ରାୟ ୨୭୫ ଟଙ୍କା ବଢ଼ିସାରିଲାଣି । ଯଦି ବର୍ଷ ସାରା ତ ଦେଖିବା ତ ଏଲପିଜି ସିଲିଣ୍ଡରର ଦାମ୍ ୧୬୫.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

Leave a Reply

%d bloggers like this: