ଭାରତର ଆଉ ଏକ ରେକର୍ଡ : ଗୋଟିଏ ଦିନରେ ୮୮ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା ଟିକା

ଭାରତର ଆଉ ଏକ ରେକର୍ଡ : ଗୋଟିଏ ଦିନରେ ୮୮ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା ଟିକା

ଭାରତର ଆଉ ଏକ ରେକର୍ଡ : ଗୋଟିଏ ଦିନରେ ୮୮ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା ଟିକା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୭ : କରୋନା ମହାମାରୀ ଚାଲିଥିବା ଟିକାକରଣ ଅଭିଯାନରେ ଭାରତ ଆଉ ଏକ ରେକର୍ଡ ସୃଷ୍ଟି କରିଛି । ସୋମବାର ଦିନ ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇଛି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୮୮ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱ୍ୟାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, “ଭାରତରେ ଗୋଟିଏ ଦିନରେ ୮୮ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏହା ଚାଲିଥିବା ଟିକାକରଣ ଅଭିଯାନରେ ସର୍ବାଧିକ ରେକର୍ଡ, ଏ ପର୍ଯ୍ୟନ୍ତ ମୋଟ ୫୫ କୋଟି ୪୬ ଲକ୍ଷ ୩୦ ହଜାର ଲୋକଙ୍କୁ ଟିକା ଦିଆଯାଇଛି ।” ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରିସଂଖ୍ୟାନ ମୁତାବକ ଟିକାକରଣ ସଂଖ୍ୟା ମାମଲାରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ରହିଛି । ୟୁପିରେ ବର୍ତ୍ତମାନ ଯାଏ ୫.୯୮ କୋଟି ଲୋକଙ୍କୁ ଟିକାର ଖୋରାକ ଦିଆଯାଇଛି । ଏହାପରେ ଦ୍ୱିତୀୟରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ମୋଟ ୫ କୋଟି ଲୋକଙ୍କୁ ଟିକା ଦିଆଯାଇଛି ।

Leave a Reply

%d bloggers like this: