ବଢ଼ୁଛି ଡେଙ୍ଗୁ , ୫୦ ଉପରେ ଦୈନିକ ସଂକ୍ରମଣ

ବଢ଼ୁଛି ଡେଙ୍ଗୁ , ୫୦ ଉପରେ ଦୈନିକ ସଂକ୍ରମଣ

ବଢ଼ୁଛି ଡେଙ୍ଗୁ , ୫୦ ଉପରେ ଦୈନିକ ସଂକ୍ରମଣ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୭ : ଗୋଟେ ପଟେ କରୋନା ଆଉ ଅନ୍ୟପଟେ ଡେଙ୍ଗୁ । ଉଭୟ ଏବେ ରାଜଧାନୀ ବାସୀଙ୍କୁ ଆତଙ୍କିତ କରି ରଖିଛନ୍ତି । ଗତ ଜାନୁଆରୀ ଶେଷ ଆଡ଼କୁ ଶୈଳଶ୍ରୀବିହାରରୁ ଚିହ୍ନଟ ହୋଇଥିବା ଡେଙ୍ଗୁ ଏବେ ସାରା ଭୁବନେଶ୍ୱରକୁ ଡେଇଁଲାଣି । ଏଯାବତ୍ ୧୨୮୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଦୈନିକ ସଂକ୍ରମଣ ୫୦ ତଳକୁ ଖସୁନି । ତେବେ ଡେଙ୍ଗୁ ମୃତ୍ୟୁ ନେଇ ସରକାରୀ ଭାବେ ଘୋଷଣା ହୋଇନାହିଁ ।

ଗତ ୭ ଦିନର ପରିସଂଖ୍ୟାନକୁ ହିସାବକୁ ନେଲେ ଡେଙ୍ଗୁ ଉପରେ ଯେ ନିୟନ୍ତ୍ରଣ ଆସିନାହିଁ ତାହା ସ୍ପଷ୍ଟ ହେଉଛି । ଆଜି ପର୍ଯ୍ୟନ୍ତ ୧୨୮୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗତ ଜୁନ୍ ମାସରେ ଜଣେ ନାବାଳିକାଙ୍କର ଡେଙ୍ଗୁ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ପ୍ରଶାସନ ଏହାକୁ ସ୍ୱୀକାର କରିନାହିଁ । ଡେଙ୍ଗୁ ବ୍ୟାପିବା ନେଇ ବିଭିନ୍ନ ରାଜନୈତିକ ଦଳ ବିଏମ୍‌ସିକୁ ଦୋଷୀ ଦର୍ଶାଇବା ସହ ସରକାରଙ୍କୁ ମଧ୍ୟ ଘେରିଥିଲେ । ଏହା ପରେ ବିଏମ୍‌ସି ତତ୍ପର ହୋଇଥିଲା ।

Leave a Reply

%d bloggers like this: