ଶ୍ୱଶୁରକୁ ହାଣି ମାରିଦେଲା ବୋହୂ

ଶ୍ୱଶୁରକୁ ହାଣି ମାରିଦେଲା ବୋହୂ

ଶ୍ୱଶୁରକୁ ହାଣି ମାରିଦେଲା ବୋହୂ

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ । ମୃତ ବ୍ୟକ୍ତିଙ୍କ ଜଣକ ପବନା ହାତୀ । ତାଙ୍କ ବୋହୂ ରୂପା ହାତୀ । ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଗତକାଲି ବିଲରେ କାମ କରୁଥିବା ବେଳେ ପ୍ରଥମେ ରୂପା ତାଙ୍କ ବାପ ଘରକୁ ଯିବେ ବୋଲି କହିଥିଲେ । ତାଙ୍କୁ ନେଇ ବାପ ଘରେ ଛାଡ଼ି ଆସିବାକୁ ରୂପା ତାଙ୍କ ସ୍ୱାମୀଙ୍କୁ କହିଥିଲେ । ତେବେ ତାଙ୍କ ସ୍ୱାମୀ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚ୍ଚସା ହୋଇଥିଲା । ଏହି ଘଟଣାର କିଛି ସମୟ ପରେ ଘର ବାରଣ୍ଡାରେ ବସି ମୃଦଙ୍ଗ ବଜାଉଥିବା ଶ୍ୱଶୁର ପବନା ହାତୀଙ୍କୁ ରୂପା ଏକ ଟାଙ୍ଗିଆରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଓ ତାଙ୍କ ବେକରେ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପବନାଙ୍କର ମୃତ୍ୟୁ ଘଟିଥିଲା ।

ଆଜି ସକାଳେ ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । ଅଧିକ ତଦନ୍ତ ନିମନ୍ତେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌କୁ ଡକାଯାଇଛି । ଅଭିଯୁକ୍ତ ରୂପା ହାତୀ ଫେରାର ଥିବାବେଳେ ଏହି ଘଟଣା ନେଇ ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

%d bloggers like this: