କାର, ଟଙ୍କା ଓ ହେଲିକପ୍ଟର ନେଇଗଲେ ଅସରଫ

କାର, ଟଙ୍କା ଓ ହେଲିକପ୍ଟର ନେଇଗଲେ ଅସରଫ

କାର, ଟଙ୍କା ଓ ହେଲିକପ୍ଟର ନେଇଗଲେ ଅସରଫ

ମେଟ୍ରେ ଟିଭି ବ୍ୟୁରୋ ଅଗଷ୍ଟ/୧୭ : ତାଲିବାନ ଶାସନ ଗାଦି ଦଖଲ କରିବାକୁ ଯାଉଥିବା ଦେଖି ଆଫଗାନିସ୍ତାନ ଛାଡ଼ି ପଳାଇଛନ୍ତି ରାଷ୍ଟପତି ଅସରଫ ଘନି । ଏହି ସମୟରେ ସେ ନଗଦ ଟଙ୍କା ଓ ହେଲିକପ୍ଟର, ଚାରୋଟି କାର ନେଇ କାବୁଲ ଛାଡ଼ିଥିବା ସୂଚନା ରହିଛି ।

ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ ଅସରଫ ଘନି ଅନେକ କିଛି ନେଇଯାଇଛନ୍ତି ଦେଶ ଛାଡ଼ିବା ବେଳେ । ହେଲେ ଅନେକ କିଛି ଛାଡ଼ି ଯାଇଛନ୍ତି ନେବା ପାଇଁ ଜାଗା ନଥିବାରୁ । ତେଣୁ ସେ ତାଙ୍କର କିଛି ଟଙ୍କା ଏବଂ ଗାଡ଼ି ଛାଡ଼ି ଦେଇଥିବା ଜଣାପଡ଼ିଛି । କାବୁଲରେ ଥିବା ରୁଷ ଦୂତାବାସର ମୁଖପାତ୍ର ନିକିତା ଇନଶେଙ୍କୋ କହିଛନ୍ତି ଯେ ଅସରଫ ଘନି କାବୁଲ ଛାଡ଼ିବା ବେଳେ ସାଙ୍ଗରେ ଚେରୋଟି କାର ନେଇଛନ୍ତି । ରୁଷର ମୁଖପାତ୍ର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଏହା କହିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ରବିବାର ତାଲିବାନ କାବୁଲକୁ ଦାଖଲ କରିଥିଲା । ଏହା ସହ ତାଲିବାନ ଆଫଗାନିସ୍ତାନର ପ୍ରାୟ ସମସ୍ତ ଅଞ୍ଚଳକୁ ନିଜ ଦଖଲକୁ ନେଇଛନ୍ତି । ଆମେରିକା ଏବଂ ନାଟୋ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଛି । ତାଲିବାନ କାନ୍ଦାହାର, ଗଜନି ସମେତ ବଡ଼ ସହରକୁ କାବୁ କରି କାବୁଲକୁ ଅକ୍ତିଆର କରିଛି । ତାଲିବାନ ମାତ୍ର ୨୨ ଦିନ ମଧ୍ୟରେ କାବୁଲକୁ ନିଜ ଅଧିନକୁ ନେଇଛି ।

Leave a Reply

%d bloggers like this: