‘ଟୋଲୋ ନ୍ୟୁଜ୍‌’ କାର୍ଯ୍ୟାଳୟ ଭିତରେ ପଶିଲା ତାଲିବାନ : ସୁରକ୍ଷା କର୍ମୀଙ୍କ ହାତରୁ ଛଡ଼ାଇନେଲା ହତିଆର

‘ଟୋଲୋ ନ୍ୟୁଜ୍‌’ କାର୍ଯ୍ୟାଳୟ ଭିତରେ ପଶିଲା ତାଲିବାନ : ସୁରକ୍ଷା କର୍ମୀଙ୍କ ହାତରୁ ଛଡ଼ାଇନେଲା ହତିଆର

‘ଟୋଲୋ ନ୍ୟୁଜ୍‌’ କାର୍ଯ୍ୟାଳୟ ଭିତରେ ପଶିଲା ତାଲିବାନ : ସୁରକ୍ଷା କର୍ମୀଙ୍କ ହାତରୁ ଛଡ଼ାଇନେଲା ହତିଆର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : ବନ୍ଧୁକ ଓ ବାହୁୂବଳରେ ଆଫଗାନିସ୍ତାନରେ ଶାସନ କ୍ଷମତାକୁ ଆସିଥିବା ତାଲିବାନ ଆରମ୍ଭ କରିଦେଇଛି ହିଂସାକାଣ୍ଡ । ବିଭିନ୍ନ ପ୍ରକାର ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସୁଛି, ଯାହାଫଳରେ ସାରା ବିଶ୍ୱ ଚିନ୍ତିତ ରହିଛି । ଏହା ଭିତରେ ତାଲିବାନର କମାଣ୍ଡର ସୋମବାର ସ୍ଥାନୀୟ ଗଣମାଧ୍ୟମ କାର୍ଯ୍ୟାଳୟ ‘ଟୋଲି ନ୍ୟୁଜ୍‌’ର କମ୍ପାଉଣ୍ଡ ଭିତରେ ପଶି ଯାଇଥିଲେ । ସେଠାରେ ସେ ସୁରକ୍ଷାକର୍ମୀଙ୍କୁ ତାଙ୍କ ହାତରୁ ଅସ୍ତ୍ର ଛଡ଼ାଇ ନେଇଥିଲେ । ତେବେ ଏହି ସମୟରେ ଭରସା ମଧ୍ୟ ଦେଖାଇଥିଲେ ଯେ, ଟୋଲୋ ନ୍ୟୁଜ୍‌ର ଅଫିସ ସୁରକ୍ଷିତ ଥିଲା ।

ଟୋଲୋ ନ୍ୟୁଜ୍ ଆଫଗାନିସ୍ତାନରୁ ଚାଲୁଥିବା ମିଡିଆ ସଂସ୍ଥା, ଯାହାକି ଦୀର୍ଘ କିଛି ସମୟ ଧରି ତାଲିବାନ ବିଷୟରେ ସାରା ବିଶ୍ୱକୁ ଖବର ଦେଉଛି । ତାଲିବାନର କମାଣ୍ଡରମାନେ ମିଡିଆ ହାଉସର କମ୍ପାଉଣ୍ଡ ଭିତରେ ପଶିବାର କଥା ନିଜେ ଟୋଲୋ ନ୍ୟୁଜ୍ ହିଁ ଦେଇଛି । ସେ କହିଛି କାବୁଲ ସ୍ଥିତ ଟୋଲୋ ନ୍ୟୁଜ୍‌ର କମ୍ପାଉଣ୍ଡ ଭିତରକୁ ତାଲିବାନ ପଶିଆସିଛି ଓ ସେଠାରେ ସୁରକ୍ଷାରେ ଥିବା ସିକ୍ୟୁରିଟି ଷ୍ଟାଫ୍‌ର ଅସ୍ତ୍ରଶସ୍ତ୍ର ଚେକ୍ କରିବା ଆରମ୍ଭ କରିଥିଲେ । ଏହାପରେ ସରକାରଙ୍କ ପକ୍ଷରୁ ସୁରକ୍ଷା ପାଇଁ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ନିଜ ସହିତ ନେଇଯାଇଥିଲେ । ଏହା ପୂର୍ବରୁ ତାଲିବାନ କାନ୍ଦାହାରରେ ଥିବା ଏକ ରେଡିଏ ଷ୍ଟେସନ ଉପରେ କବ୍‌ଜା କରିନେଇଥିଲା ।

Leave a Reply

%d bloggers like this: