ଇଣ୍ଡିଆନ୍ ଆଇଡଲ୍‌ର ବିଜେତା ହେଲେ ପୱନଦୀପ

ଇଣ୍ଡିଆନ୍ ଆଇଡଲ୍‌ର ବିଜେତା ହେଲେ ପୱନଦୀପ

ଇଣ୍ଡିଆନ୍ ଆଇଡଲ୍‌ର ବିଜେତା ହେଲେ ପୱନଦୀପ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ମ୍ୟୁଜିକ ରିୟଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍‌’ର ୧୨ ତମ ସଂସ୍କରଣ ବିଜେତା ହୋଇଛନ୍ତି ପୱନଦୀପ ରାଜନ୍ । ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ପୱନଦୀପ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଛନ୍ତି । ସେ ପୁରସ୍କାର ସ୍ୱରୂପ ‘ଇଣ୍ଡିଆନ୍ ଆଇଡଲ୍‌’ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଏବଂ ମାରୁତୀ ସୁଇପ୍ଟ କାର ପାଇଛନ୍ତି ।

୨୦୨୦ ନଭେମ୍ବର ୨୮ରେ ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ରିୟଲିଟି ସୋ’ର ଦ୍ୱାଦଶ ସଂସ୍କରଣ ସ୍ୱାଧୀନତା ଦିବସରେ ଶେଷ ହୋଇଛି । ଏହି ସୋ’ରେ ଅରୁଣିତା କାଞ୍ଜିଲାଲ ଓ ସାୟଲି କମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନର୍ସ ଅପ୍ ହୋଇ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ଚତୁର୍ଥ ସ୍ଥାନରେ ମହମ୍ମଦ ଦାନିସ, ପଞ୍ଚମ ସ୍ଥାନରେ ନିହାଲ ଓ ଷଷ୍ଠ ସ୍ଥାନରେ ସନମୁଖ ପ୍ରିୟା ରହିଥିଲେ । ଏହି ୬ ଜଣ ପ୍ରତିଯୋଗୀ ଫାଇନାଲକୁ ଯାଇଥିଲେ । ପ୍ରଥମ ଥର ପାଇଁ ଫାଇନାଲରେ ୫ ଜଣଙ୍କ ବଦଳରେ ୬ ଜଣ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିଥିଲା ।

‘ରିଆଲିଟି ସୋ’ ଜିତିବା ପରେ ପୱନଦୀପ କହିଛନ୍ତି, ‘ଇଣ୍ଡିଆନ୍ ଆଇଡଲ୍‌’ ସିଜନ ୧୨ର ଟାଇଟଲ୍ ଜିତିବା ମୋ ପାଇଁ ଅବିଶ୍ୱସନୀୟ । ମତେ ଲାଗୁଛି ସତେ ଯେପରି ମୁଁ ସ୍ୱପ୍ନ ଦେଖୁଛି ଏବଂ ବିଜୟ ବାସ୍ତବତା ନୁହେଁ । ଏହା ମୋ ପାଇଁ ବଡ଼ ସମ୍ମାନ । ମୋତେ ଭୋଟ୍ ଦେଇ ଜିତାଇଥିବାରୁ ମୋର ସମସ୍ତ ପ୍ରଶଂସକ ଓ ଦର୍ଶକଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ ।

Leave a Reply

%d bloggers like this: