ବିମାନରୁ ଗଳିପଡ଼ିଲେ ଯାତ୍ରୀ

ବିମାନରୁ ଗଳିପଡ଼ିଲେ ଯାତ୍ରୀ

ବିମାନରୁ ଗଳିପଡ଼ିଲେ ଯାତ୍ରୀ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : ଏକ ଆତଙ୍କବାଦୀ ସଂଗଠନ ପାଖରେ ମୁଣ୍ଡ ନଇଁଲା ସାରା ବିଶ୍ୱ । ତାଲିବାନ ଆଫଗାନିସ୍ତାନରେ ରାଜଧାନୀ କାବୁଲକୁ ଦଖଲ କରିବା ସହିତ ରାଷ୍ଟ୍ରପତି ଭବନ ମଧ୍ୟକୁ କବ୍‌ଜା କରିନେଇଛି । ଫଳରେ ଦେଶରେ ପୁଣି ତାଲିବାନୀ ଶାସନ ଫେରିଛି । ଆଉ ତାଲିବାନୀ ଶାସନ ଯେ କେତେ କ୍ରୁର ତାହା ପୂର୍ବରୁ ଲୋକେ ଦେଖି ସାରିଛନ୍ତି । ସେଥିପାଇଁ ଅନେକ ଦେଶ ଛାଡ଼ି ପଳେଇଯିବାକୁ ବସିଛନ୍ତି । ଏଥିପାଇଁ କାବୁଲ ଏୟାର୍‌ପୋର୍ଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ବିମାନଗୁଡ଼ିକରେ ଜାଗା ନମିଳିବାରୁ ଲୋକମାନେ ବସ୍ ଟ୍ରକ୍ ଭଳି ଠେଲାପେଲା ଲାଗି ଲଦି ହୋଇ ଯାଉଛନ୍ତି । ତେଣିକି ଜୀବନ ରହୁ କି ନ ରହୁ ତାଲିବାନ ଶାସନରୁ କିନ୍ତୁ ମୁକ୍ତି ମିଳୁ ।

ଏମିତି ଏକ ଛାତିଥର ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । କାବୁଲ ଛାଡ଼ିବାର ତରବରରେ ଜାଗା ନମିଳିବାରୁ ୩ ଜଣ ବିମାନର ଟାୟାର ଉପରେ ଚଢ଼ିଯାଇଥିଲେ । ହେଲେ ଆତଙ୍କରାଜରୁ ବହୁ ଦୂରକୁ ଉଡ଼ିଯିବାର ସ୍ୱପ୍ନ ତାଙ୍କର ହଠାତ୍ ଧରାସାୟୀ ହୋଇଗଲା । ବିମାନ ଟେକ୍‌ଅଫ୍ କରିବାର କିଛି ସମୟ ପରେ ୩ ଜଣ ଯାକ ବିମାନରୁ ଖସିପଡ଼ିଥିଲେ । ଇରାନ ଇଣ୍ଟରନ୍ୟାସ୍‌ନାଲ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକ ତାଜୁଦେନ ସୋରୈାସ୍ ଏହି ଭିଡିଓ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ତେବେ ଭିଡିଓ ଟି କେବେକାର ଓ କେଉଁଠାକୁ ଯାଉଥିଲା ସେ ସମ୍ପର୍କରେ କିଛି ପ୍ରମାଣିତ ହୋଇନାହିଁ । ତେବେ ଏହା କାବୁଲ୍‌ର ବୋଲି କୁହାଯାଉଛି । କାରଣ ତାଲିବାନ ଭୟରେ ବିମାନ ବନ୍ଦରଗୁଡ଼ିକରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଦେଶ ଛାଡ଼ିବା ପାଇଁ ଲୋକମାନେ ବିମାନ ଉପରେ ବି ଲଦି ହୋଇଯାଉଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି । ଏହା ଭିତରେ ଏୟାରପୋର୍ଟରେ ଫାୟାରିଂ ବି ହୋଇଛି । ଏଥିରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଲୋକମାନଙ୍କର ପ୍ରବଳ ଭିଡ଼ ଦେଖି ବର୍ତ୍ତମାନ ପାଇଁ କାବୁଲ ବିମାନ ବନ୍ଦ କରିଦିଆଯାଇଛି । କେବଳ କାବୁଲ ଏୟାରପୋର୍ଟରେ ନୁହେଁ ପୂରା ଆଫଗାନିସ୍ତାନ ଏୟାର ପୋର୍ଟକୁ ବନ୍ଦ କରିଦିଆଯାଇଛି ।

Leave a Reply

%d bloggers like this: