ଚା କପ୍‌ରେ ଅଜବ ମାସ୍କ କରି ପିନ୍ଧିଲେ ବୃଦ୍ଧ, ଭାଇରାଲ ହେଲା ଫଟୋ

ଚା କପ୍‌ରେ ଅଜବ ମାସ୍କ କରି ପିନ୍ଧିଲେ ବୃଦ୍ଧ, ଭାଇରାଲ ହେଲା ଫଟୋ

ଚା କପ୍‌ରେ ଅଜବ ମାସ୍କ କରି ପିନ୍ଧିଲେ ବୃଦ୍ଧ, ଭାଇରାଲ ହେଲା ଫଟୋ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : କରୋନା କାଳରେ ସବୁଠାରୁ ଅଧିକ ଦରକାରୀ ଜିନିଷ ଯଦି କହିବା ତାହା ହେଲା ମାସ୍କ ଓ ସାନିଟାଇଜର୍ । କରୋନାଠୁ ରକ୍ଷା ପାଇବା ପାଇଁ କପଡ଼ା ମାସ୍କ ଆରମ୍ଭ କରି ସୁନା, ରୂପା ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁଛି । ତେବେ ଏହି ଟ୍ରେଣ୍ଡ ଭିତରେ ଆଉ ଏକ ନୂଆ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଗରିବ ବୃଦ୍ଧ ବ୍ୟକ୍ତି ଜଣକୁ କରୋନାଠୁ ରକ୍ଷା ପାଇବା ପାଇଁ ଚା’ କପ୍‌ରେ ତିଆରି ମାସ୍କ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି । ଏହି ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାସ୍କ କରୋନାକୁ କେତେ ସୁରକ୍ଷା ଦେବ ତାହା ପ୍ରଶ୍ନ ଉଠୁଛି । ତେବେ ଏହି ବୃଦ୍ଧଙ୍କ ପରିଚୟ ଜଣାପଡ଼ିନାହିଁ ।

ସୂଚନା ମୁତାବକ, ଭୁବନେଶ୍ୱର ଏକ ନମ୍ବର ହାଟ ଅଞ୍ଚଳରେ ଜଣେ ଗରିବ ବୃଦ୍ଧ ବ୍ୟକ୍ତି ଜଣକ କରୋନାକୁ ରକ୍ଷା ପାଇବା ପାଇଁ ଏକ ଚା’ କପ୍‌ରେ ସୂତା ବାନ୍ଧି ତାଙ୍କୁ ମାସ୍କ ବିକଳ୍ପ ଭଳି ବ୍ୟବହାର କରୁଛନ୍ତି । ଏହି ଫଟୋ ବୃଦ୍ଧ ଜଣକ ମୁଣ୍ଡରେ କପଡ଼ା ବ୍ୟାଗ୍‌ଟି ରଖିଥିବା ବେଳେ ଧଳା ସାର୍ଟ ଓ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧି ଖାଲି ପାଦରେ ଏକ ନମ୍ବର ହାଟ ନିକଟ ଭେଣ୍ଡିଂ ଜୋନ୍ ନିକଟରେ ଛିଡ଼ା ହୋଇଛନ୍ତି । କେହି ଜଣେ ଏହି ଫଟୋକୁ ମୋବାଇଲ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ । ପରେ ଏହି ଫଟୋଟି ଭାଇରାଲ ହେବାରେ ଲାଗିଛି ।

Leave a Reply

%d bloggers like this: