ଧୋକା ଦେଇଛି ଆମେରିକା ସରକାର : ହ୍ୱାଇଟ୍ ହାଉସ୍ ଆଗରେ ଆନ୍ଦୋଳନ କରି କହିଲେ ବିକ୍ଷୋଭକାରୀ

ଧୋକା ଦେଇଛି ଆମେରିକା ସରକାର : ହ୍ୱାଇଟ୍ ହାଉସ୍ ଆଗରେ ଆନ୍ଦୋଳନ କରି କହିଲେ ବିକ୍ଷୋଭକାରୀ

ଧୋକା ଦେଇଛି ଆମେରିକା ସରକାର : ହ୍ୱାଇଟ୍ ହାଉସ୍ ଆଗରେ ଆନ୍ଦୋଳନ କରି କହିଲେ ବିକ୍ଷୋଭକାରୀ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : ତାଲିବାନ କବଜାରେ ଆଫଗାନିସ୍ତାନ । ଦେଶକୁ ସମ୍ପୂର୍ନ ଭାବେ କବଜା କରିଛି ତାଲିବାନ । ଅନ୍ୟପଟେ ୱାଶିଂଟନ ଡିସିରେ ଆରମ୍ଭ ହୋଇଛି ବିକ୍ଷୋଭ । ଏଠାରେ ରହୁଥିବା ଆଫଗାନବାସୀ ବାଇଡେନ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ହ୍ୱାଇଟ୍‌ହାଉସ ସମ୍ମୁଖରେ ଶତାଧିକ ସଂଖ୍ୟକ ଆଫଗାନବାସୀ ଏକାଠି ହୋଇ ଆମେରିକା ସରକାରଙ୍କ ବିରୋଧରେ ନାରାବାଜୀ କରୁଛନ୍ତି ।

ଆମେରିକା ସରକାର ଆଫଗାନ ସହ ବିଶ୍ୱାସଘାତ କରିଥିବା ଏମାନେ ଅଭିଯୋଗ କରି ପ୍ରତିବାଦ କରୁଛନ୍ତି । ଆଫଗାନରୁ ଆମେରିକା ସେନା ପ୍ରତ୍ୟାହୃତ କରିବା ପରେ ତାଲିବାନ ଦ୍ରୁତଗତିରେ ବିଭିନ୍ନ ପ୍ରଦେଶ ଓ ରାଜଧାନୀ ଉପରେ କବଜା କରିଥିଲା । ଜୁଲାଇ ୧୦ରେ ବାଇଡେନ ସରକାର ଆଫଗାନରୁ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତନେଇଥିଲେ । ବାଇଡେନ ସରକାର କହିଥିଲେ ଆଫଗାନ ସରକାରଙ୍କୁ ତାଲିବାନ ବାରୋଧରେ ଏକାକୀ ଲଢ଼ିବାକୁ ପଡ଼ିବ ।

Leave a Reply

%d bloggers like this: