ଦେଶ ପାଳିଛି ୭୫ ତମ ସ୍ୱାଧୀନତା ଦିବସ

ଦେଶ ପାଳିଛି ୭୫ ତମ ସ୍ୱାଧୀନତା ଦିବସ

ଦେଶ ପାଳିଛି ୭୫ ତମ ସ୍ୱାଧୀନତା ଦିବସ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୫ : ୭୫ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କୁ ଅଭିବାଦନ ଜଣାଇ ସେ କହିଛନ୍ତି ଯେ ଆମେ ସ୍ୱାଧୀନତାର ଅମୃତ ଦିବସ ପାଳନ କରୁଛେ । ଦୀର୍ଘ ୭୫ ବର୍ଷ ମଧ୍ୟରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି । ଏହାରି ଭିତରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ଆସିଛି । ସେ କହିଛନ୍ତି, କରୋନା ମହାମାରୀର ଆଶଙ୍କା ଏପର୍ଯ୍ୟନ୍ତ ଶେଷ ହୋଇନି । କିନ୍ତୁ କରୋନା ବିରୋଧରେ ଭାରତର ଲଢ଼େଇ ପ୍ରଶଂସନୀୟ । ଟିକା ହେଉଛି ସର୍ବୋତ୍ତମ ସୁରକ୍ଷା । ତେଣୁ ସମସ୍ତ ଦେଶବାସୀଙ୍କୁ ଟିକା ନେବାକୁ ଅନୁରୋଧ କରୁଛନ୍ତି ରାଷ୍ଟ୍ରପତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶର କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଓଡି଼ଶାର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସଂଗ୍ରାମ କରି ସହିଦ ହୋଇଥିବା ଆମର ବୀର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କରୋନା ମହାମାରୀର ମୁକାବିଲା କରି ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Leave a Reply

%d bloggers like this: