ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୫ : ଭାରତର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସାରା ବିଶ୍ୱରୁ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଠାରୁ ପଡ଼ୋଶୀ ଭୁଟାନ ପ୍ରଧାନମନ୍ତ୍ରୀ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଅବସରରେ ବାଇଡେନ କହିଛନ୍ତି ଯେ ନୂଆଦିଲ୍ଲୀ ଏବଂ ୱାଶିଂଟନ ସମଗ୍ର ବିଶ୍ୱକୁ ଦେଖାଇବା ଉଚିତ ଯେ ଦୁଇଟି ମହାନ ତଥା ବିବିଧ ଗଣତାନ୍ତ୍ରିକ ରାଷ୍ଟ୍ର ସବୁ ସ୍ଥାନରେ ଲୋକଙ୍କ ପାଇଁ କାମ କରିପାରିବେ ।

ଭାରତ ସ୍ୱାଧୀନତା ଦିବସକୁ ଶୁଭେଚ୍ଛା ଜଣାଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଭାରତ, ଆମେରିକା ଏବଂ ବିଶ୍ୱରେ ଭାରତର ସ୍ୱାଧୀନତା ପାଳନ କରୁଥିବା ସମସ୍ତଙ୍କୁ ମୁଁ ଆଜି ଏକ ନିରାପଦ ଏବଂ ଶୁଭ ଭାରତୀୟ ସ୍ୱାଧୀନତା ଦିବସ କାମନା କରୁଛି । ବଡ଼ ଆହ୍ୱାନ ଏବଂ ସୁଯୋଗର ଏହି ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗିତା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ନ ହୋଇପାରିଛି । ଏକତ୍ର ଆମେ ବିଶ୍ୱକୁ ଦେଖାଇବା ଉଚିତ ଯେ ଦୁଇଟି ମହାନ ଏବଂ ବିବିଧ ଗଣତାନ୍ତ୍ରିକ ରାଷ୍ଟ୍ର ସବୁ ସ୍ଥାନରେ ଲୋକଙ୍କ ପାଇଁ କାମ କରିପାରିବ । ପୂର୍ବ ପରି ଆମ ଦେଶ ମଧ୍ୟରେ ବନ୍ଧୁତା ମଧ୍ୟ ବୃଦ୍ଧି ପାଇବ ।

Leave a Reply

%d bloggers like this: