ବଢ଼ୁଛି ଗାଡ଼ି ବଢ଼ୁଛି ରାସ୍ତାରୋକ : ରାଜଧାନୀ ରାଜରାସ୍ତା

ବଢ଼ୁଛି ଗାଡ଼ି ବଢ଼ୁଛି ରାସ୍ତାରୋକ : ରାଜଧାନୀ ରାଜରାସ୍ତା

ବଢ଼ୁଛି ଗାଡ଼ି ବଢ଼ୁଛି ରାସ୍ତାରୋକ : ରାଜଧାନୀ ରାଜରାସ୍ତା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୪ : ରାଜଧାନୀ ରାଜରାସ୍ତାରେ ଦିନକୁ ଦିନ ରାସ୍ତାରୋକ ବୃଦ୍ଧି ପାଉଛି । ଗତ ମାସରେ ସପ୍ତାହକୁ ଥରେ ଲେଖାଏଁ ଧରି ରାସ୍ତାରୋକ ହୋଇଥିଲା । ସ୍ମାର୍ଟସିଟି ଭୁବନେଶ୍ୱରରେ ଏଭଳି ଟ୍ରାଫିକ୍ ଜାମ୍ ପ୍ରାୟ ସବୁବେଳେ ଦେଖାଯାଉଛି । ବିଶେଷ କରି ନୟାପଲ୍ଲୀ, ରସୁଲଗଡ଼ ରାସ୍ତାରେ ଟ୍ରାଫିକ୍ ଜାମ୍ ହେବାର ଦେଖାଯାଉଛି ।

ବର୍ତ୍ତମାନ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ ହେବାକୁ ଅନୁମତି ଦେଇଛନ୍ତି ସରକାର । ଏଥିପାଇଁ ୧୮ ବର୍ଷ ହେବା ମାତ୍ରେ ଯୁବପୀଢ଼ି ନିଜ ପାଇଁ ଗାଡ଼ି କିଣୁଛନ୍ତି । ଏଥିଯୋଗୁଁ ରାଜଧାନୀରେ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗୁଛି । ଭୁବନେଶ୍ୱରରେ ଏଭଳି ଜାମ୍ ଯୋଗୁଁ ଲୋକ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକିରହୁଛନ୍ତି । ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‌ଡାଉନ୍ ରହୁଥିବାରୁ ଅଧିକାଂଶ ଶୁକ୍ରବାର ଓ ସୋମବାର ରାଜଧାନୀ ରାସ୍ତାରେ ଭିଡ଼ ଦେଖିବାକୁ ମିଳୁଛି ।

Leave a Reply

%d bloggers like this: