ସ୍ୱାଧୀନତା ଦିବସ ପାଇଁ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା, ୩ ଶହ ସିସିଟିଭି ସହ ୫ ହଜାର ଯବାନ ନିୟୋଜିତ

ସ୍ୱାଧୀନତା ଦିବସ ପାଇଁ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା, ୩ ଶହ ସିସିଟିଭି ସହ ୫ ହଜାର ଯବାନ ନିୟୋଜିତ

ସ୍ୱାଧୀନତା ଦିବସ ପାଇଁ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା, ୩ ଶହ ସିସିଟିଭି ସହ ୫ ହଜାର ଯବାନ ନିୟୋଜିତ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୪ : ଆସନ୍ତା କାଲି ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ । ଏହି କ୍ରମରେ ଦିଲ୍ଲୀର ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଯେଭଳି କୈାଣସି ଅଘଟଣ ନ ଘଟେ ତାହାକୁ ନଜରରେ ରଖି ଲାଲକିଲ୍ଲା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହା ସହ ପୂରା ଦିଲ୍ଲୀକୁ ପୋଲିସ ଛାଉଣି କରାଯାଇଛି ।

ଲାଲକିଲ୍ଲାର ଚାରିପଟେ ୯ଟି ଆଣ୍ଟିଡ୍ରୋନ ର‌୍ୟାଡର ଲଗାଯାଇଥିବାବେଳେ ୩ ଶହ ସିସିଟିଭି ଲଗାଯାଇଛି । କେବଳ ସେତିକି ନୁହେଁ ଲାଲକିଲ୍ଲାର ପ୍ରବେଶ ପଥରେ ବଡ଼ବଡ଼ କଣ୍ଟେନରମାନ ରଖାଯାଇଛି । ଏଥିରେ ପାଖାପାଖି ୧୫-୨୦ଟି କଣ୍ଟେନର ବ୍ୟବହାର କରାଯାଇଛି । ଏହା ବ୍ୟତୀତ ପୂରା ଦିଲ୍ଲୀରେ ୪୦ ହଜାରରୁ ଅଧିକ ସେନା ନିୟୋଜିତ କରାଯାଇଛି । ଅନ୍ୟପଟେ ଦିଲ୍ଲୀର କିଛି ସୀମାରେ ସୁରକ୍ଷା ବ୍ୟବସ୍ଥା କଡା଼କଡ଼ି କରାଯାଇଛି । ଅନ୍ୟପଟେ ଯାନବାହନ ଉପରେ କଡ଼ା ନଜର ରଖାଯାଇଛି ।

ସୁରକ୍ଷାରେ ଯେଭଳି କିଛି କମ୍ ନ ହେବ ସେଥିପାଇଁ ଦିଲ୍ଲୀ ପୋଲିସ ବ୍ୟତୀତ ଅର୍ଦ୍ଧସୈନିକ ବଳ, ଏନଏସଜି କମାଣ୍ଡର ଓ ଏସପିଜି ଯବାନଙ୍କୁ ବି ନିୟୋଜିତ କରାଯାଇଛି । ଏହାସହ ସରକାରୀ ବିଲ୍ଡିଂରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ଲାଲକିଲ୍ଲାର ଆଖପାଖରେ କିଛି ଆତଙ୍କବାଦୀ ଫଟୋ ବି ଲଗାଯାଇଛି ।

Leave a Reply

%d bloggers like this: