ସ୍ୱର୍ଗଦ୍ୱାରରୁ ହଟିଲା କଟକଣା, ଶବ ସତ୍କାର ପାଇଁ ମିଳିଲା ଅନୁମତି

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା, ଶବ ସତ୍କାର ପାଇଁ ମିଳିଲା ଅନୁମତି

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା, ଶବ ସତ୍କାର ପାଇଁ ମିଳିଲା ଅନୁମତି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୪ : ଦୀର୍ଘ ଦିନ ପରେ ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ସ୍ୱର୍ଗଦ୍ୱାରରେ ଶବ ସତ୍କାର ପାଇଁ ମିଳିଲା ଅନୁମତି । ଏଣିକି ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଆସି ଶବ ସତ୍କାର କରିପାରିବେ । ଅଗଷ୍ଟ ୧୬ ତାରିଖରୁ ସ୍ୱର୍ଗଦ୍ୱାରରେ ଶବ ସକାôର ବେଳେ ଶବ ସହ ୧୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ପାଇଁ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗିଥିଲା । ଏପ୍ରିଲ ୨୬ ତାରିଖରୁ ଏହି କଟକଣା ଲାଗୁ କରାଯାଇଥିଲା । ଜିଲ୍ଲା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ ।

Leave a Reply

%d bloggers like this: