ଟଙ୍କା ପାଇଁ ଜଘନ୍ୟ କାଣ୍ଡ : ବାପାକୁ ଝିଅଜ୍ୱାଇଁ ମିଶି ନିଆଁ ଲଗାଇଦେଲେ

ଟଙ୍କା ପାଇଁ ଜଘନ୍ୟ କାଣ୍ଡ : ବାପାକୁ ଝିଅଜ୍ୱାଇଁ ମିଶି ନିଆଁ ଲଗାଇଦେଲେ

ଟଙ୍କା ପାଇଁ ଜଘନ୍ୟ କାଣ୍ଡ : ବାପାକୁ ଝିଅଜ୍ୱାଇଁ ମିଶି ନିଆଁ ଲଗାଇଦେଲେ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୪ : ଟଙ୍କା ଆଗରେ ସମ୍ପର୍କ ପାଲଟିଲା ତୁଚ୍ଛ । ଯିଏ ଜନ୍ମ ଦେଲା, ତାକୁ ବି ମାରିବାକୁ ପଛାଇ ନାହାନ୍ତି ଝିଅ । ଏପରି ଏକ ନିନ୍ଦନୀୟ ଘଟଣା ଝାରସୁଗୁଡ଼ା ସହରରେ ଦେଖିବାକୁ ମିଳିଛି । ଏପରିକି ଟଙ୍କା ପାଇଁ ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅଜ୍ୱାଇଁ । ସୈାଭାଗ୍ୟବଶତଃ ବୃଦ୍ଧଜଣକ ବଞ୍ଚି ଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ପଳାଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ସହର ନୂଆ କୋର୍ଟ ନିକଟରେ ଥିବା ଲେକ୍‌ଚର କଲୋନୀରେ ରୁହନ୍ତି କୈାଳାସ ମେହେର । କୈାଳାସ ମାଂସ ବ୍ୟବସାୟ କରୁଥିବା ବେଳେ ଏକୁଟିଆ ରହୁଥିଲେ । ତାଙ୍କ ସ୍ତ୍ରୀ, ପୁଅ ବରଗଡ଼ରେ ରହୁଥିବା ବେଳେ ଝାରସୁଗୁଡ଼ା ସହରରେ ଅନ୍ୟତ୍ର ତାଙ୍କ ଏକ ଝିଅ ଜ୍ୱାଇଁ ରୁହନ୍ତି । ଅନ୍ୟ ଏକ ଝିଅ ବିବାହ କରିନଥିବା ବେଳେ ସେ କିନ୍ତୁ ନିଜ ବାପାଙ୍କଠାରୁ ଅଲଗା ରୁହନ୍ତି । ହେଲେ ଝିଅମାନେ ପୂର୍ବରୁ ବହୁ ଥର ବାପାଙ୍କୁ ଟଙ୍କା ମାଗି ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ।

ଗୁରୁବାର ରାତି ପ୍ରାୟ ୮ଟାରେ ହଠାତ୍ ଝିଅଜ୍ୱାଇଁ, ଅବିବାହିତ ଝିଅ ଓ ଅନ୍ୟ ଏକ ଜଣେ ଯୁବକ ଘରେ ପହଞ୍ଚି କୈାଳାସଙ୍କୁ ଟଙ୍କା ମାଗିଥିଲେ । ମାତ୍ର କୈଳାସ ଟଙ୍କା ନଥିବା କହିବାରୁ ସେମାନଙ୍କ ମଧ୍ୟରେ ବଚ୍ଚସା ହୋଇଥିଲା । ଏହାପରେ ସେମାନେ କୈାଳାସଙ୍କୁ ମାରପିଟ୍ କରିବା ସହ ଘରେ ବନ୍ଦ କରି ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ କରିଥିଲେ ।

Leave a Reply

%d bloggers like this: