ପୁଣି ବଢ଼ିଲା କଟକଣା, ରାଜ୍ୟରେ ପ୍ରବେଶ ପାଇଁ ଟିକା କିମ୍ବା ନେଗେଟିଭ ରିପୋର୍ଟ ଜରୁରୀ

ପୁଣି ବଢ଼ିଲା କଟକଣା, ରାଜ୍ୟରେ ପ୍ରବେଶ ପାଇଁ ଟିକା କିମ୍ବା ନେଗେଟିଭ ରିପୋର୍ଟ ଜରୁରୀ

ପୁଣି ବଢ଼ିଲା କଟକଣା, ରାଜ୍ୟରେ ପ୍ରବେଶ ପାଇଁ ଟିକା କିମ୍ବା ନେଗେଟିଭ ରିପୋର୍ଟ ଜରୁରୀ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୪ : ମହାମାରୀ କରୋନା ପାଇଁ ପୁଣି ଥରେ କଟକଣା କଡ଼ାକଡ଼ି କରାଯାଇଛି । ସୋମବାରଠାରୁ ଯେଉଁମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବେ କିମ୍ବା ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ବୋଲି ଦେଖାଇବେ, ସେମାନଙ୍କୁ ହିଁ ପଞ୍ଜାବ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ ।

ଆଜି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଏହି ଘୋଷଣା କରିଛନ୍ତି । ବିଶେଷ କରି ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ସେ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଓ କଲେଜ ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ଜାରି କରାଯାଇଛି । ଯେଉଁ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫ୍‌ମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇସାରିଥିବେ କିମ୍ବା ନିକଟରେ କରୋନାରୁ ସୁସ୍ଥ ହୋଇଥିବେ, ସେମାନେ ହିଁ କ୍ୟାମ୍ପସ୍ ଭିତରକୁ ଆସିପାରିବେ । ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସର ବିକଳ୍ପ ମଧ୍ୟ ରହିବ । ସ୍କୁଲ କର୍ତ୍ତୃପକ୍ଷ ଟିକାକରଣ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ସପକ୍ଷରେ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ପଞ୍ଜାବରେ ସ୍କୁଲ ଖୋଲିବା କ୍ଷଣି ସଂକ୍ରମଣ ବୃଦ୍ଧି ପାଇଛି । ଏଥିପାଇଁ ସରକାର ପ୍ରତିଦିନ ବିଭିନ୍ନ ସ୍କୁଲରେ ୧୦ ହଜାର ନମୁନାର ଆରଟି ପିସିଆର ଟେଷ୍ଟ କରୁଛନ୍ତି । ତଥାପି ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ସୋମବାରଠାରୁ ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ପଞ୍ଜାବ ବ୍ୟତୀତ ହିମାଚଳପ୍ରଦେଶ ଓ ହରିୟାଣାରେ ସ୍କୁଲ ଆସୁଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି ।

Leave a Reply

%d bloggers like this: