ଦିଲ୍ଲୀରେ ଥିବା ଆମେରିକା ଦୂତାବାସରେ ବଡ଼ ଅଘଟଣ : ଗଲା ୨ ଜୀବନ

ଦିଲ୍ଲୀରେ ଥିବା ଆମେରିକା ଦୂତାବାସରେ ବଡ଼ ଅଘଟଣ : ଗଲା ୨ ଜୀବନ

ଦିଲ୍ଲୀରେ ଥିବା ଆମେରିକା ଦୂତାବାସରେ ବଡ଼ ଅଘଟଣ : ଗଲା ୨ ଜୀବନ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୪ : ଭାରତର ରାଜଧାନୀ ଦିଲ୍ଲୀରେ ଥିବା ଆମେରିକା ଦୂତାବାସରେ ବଡ଼ ଅଘଟଣ ଘଟିଛି । ଦୂତାବାସ ଭିତରେ ଚାଲିଥିବା ନିର୍ମାଣ କାମ ବେଳେ ଗୋଟିଏ କ୍ରେନ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।

ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ଦିନ ପ୍ରାୟ ୨.୩୦ରେ ଚାଣକ୍ୟପୁରୀ ଥାନାକୁ ଘଟଣା ସମ୍ପର୍କରେ ଫୋନ ଆସିଥିଲା ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ କରିଥିଲା । ଆମେରିକା ଦୂତାବାସ ମଧ୍ୟରେ ଗୋଟିଏ ପ୍ରକୋଷ୍ଠର ନିର୍ମାଣ କାମ ଚାଲିଛି । ଏହି କାମରେ ନିୟୋଜିତ ଗୋଟିଏ କ୍ରେନ୍ ହଠାତ୍ ୩ ଜଣ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା ।

ଫଳରେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ୩୨ ବର୍ଷୀୟ କାଞ୍ଚନ ଓ ୩୨ ବର୍ଷୀୟ ବାବୁଲାଲ । ଘଟଣାରେ ଆହତ ୩୩ ବର୍ଷୀୟ ମୁକେଶଙ୍କ ଅବସ୍ଥା ଗୁରୁତର ରହିଛି । କ୍ରେନ କେମିତି ଖସିଲା ଓ ଏଥିପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା କି ନାହିଁ, ଏବେ ପୋଲିସ ତା’ର ଯାଞ୍ଚ କରୁଛି ।

Leave a Reply

%d bloggers like this: