ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୬୭ ଜଣ ପୋଲିସଙ୍କୁ ମିଳିବ ସାହସିକତା ମେଡାଲ

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୬୭ ଜଣ ପୋଲିସଙ୍କୁ ମିଳିବ ସାହସିକତା ମେଡାଲ

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୬୭ ଜଣ ପୋଲିସଙ୍କୁ ମିଳିବ ସାହସିକତା ମେଡାଲ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୪ : ସ୍ୱାଧୀନତା ଦିବସ ଅବସରରେ ସାହସିକତା ପାଇଁ ପୋଲିସ ପଦକ ଘୋଷିତ । ଓଡ଼ିଶାରୁ ୬୭ ଜଣ ପୋଲିସଙ୍କୁ ଚଳିତବର୍ଷ ମିଳିବ ସାହସିକତା ପୁରସ୍କାର । ଜମ୍ମୁ-କାଶ୍ମୀର ପରେ ଓଡ଼ିଶାକୁ ମିଳିବ ଦ୍ୱିତୀୟ ସର୍ବାଧିକ ପୁରସ୍କାର । ଦେଶରେ ୧୩୮୦ ପୋଲିସ କର୍ମଚାରୀଙ୍କୁ ମିଳିବ ସାହସିକତା ପୁରସ୍କାର । ୬୬୨ ପୋଲିସ କର୍ମଚାରୀଙ୍କୁ ସାହସିକତା ପାଇଁ ପୋଲିସ ପଦକ, ୬୮୨ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ, ୮୮ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ମେଡାଲ, ୬୬୨ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ପୋଲିସ ପଦକ ମିଳିବ ।

ପଦକ ଘୋଷଣା ପରେ ଓଡ଼ିଶା ପୋଲିସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ଅଭୟ । ଓଡ଼ିଶା ପୋଲିସର ବୀରତ୍ୱ ଓ ସାହସିକତାକୁ ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ରାଜ୍ୟ ପୋଲିସ ପାଇଁ ଗର୍ବ ଓ ଉତ୍ସବର ମୁହୂର୍ତ୍ତ ବୋଲି ପୋଲିସ ଡିଜିପି କହିଛନ୍ତି । ମାଓବାଦୀଙ୍କ ସହ ମୁକାବିଲାରେ ଓଡ଼ିଶା ପୋଲିସ ପ୍ରଶଂସନୀୟ ବୀରତ୍ୱ ପ୍ରଦର୍ଶନ କରିଥିଲେ ।

Leave a Reply

%d bloggers like this: